ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଏରସମାରେ ଭୀମଭୋଇ ସାମର୍ଥ୍ୟ ଶିବିର , ୧୫୪ ଜଣଙ୍କ ପଞ୍ଜୀକରଣ

ଏରସମା, 21/09/2026, ଉତ୍କଳ voice news - utkalvoicenews.com(ଏରସମାରୁ ଅଂଶୁମାନ ମିଶ୍ରଙ୍କ ରିପୋର୍ଟ) :
Article Image
ଏରସମା ବ୍ଲକ୍ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର-୨୦୨୬ ଶନିବାର ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ଭିନ୍ନକ୍ଷମତା ଚିହ୍ନଟ ଓ ଆବଶ୍ୟକୀୟ ଚିକିତ୍ସା ସେବା ପ୍ରଦାନ ଉଦ୍ଦେଶ୍ୟରେ ଆୟୋଜିତ ଏହି ଶିବିରରେ ମୋଟ ୧୫୪ ଜଣ ପଞ୍ଜୀକରଣ କରିଥିଲେ।
Article Image
ପଞ୍ଜୀକୃତ ବ୍ୟକ୍ତିମାନଙ୍କ ମଧ୍ୟରୁ ଶିଶୁ ବିଭାଗରେ ୨ ଜଣ, ଅସ୍ଥିଶଲ୍ୟ ବିଭାଗରେ ୫୬ ଜଣ, ଭେଷଜ ବିଭାଗରେ ୨୦ ଜଣ, ମାନସିକ ଅନଗ୍ରସରତା ବିଭାଗରେ ୩୨ ଜଣ, ଚକ୍ଷୁ ବିଭାଗରେ ୨୨ ଜଣ ଏବଂ ଶ୍ରବଣ ବାଧିତ ବିଭାଗରେ ୯ ଜଣ ରହିଥିଲେ। ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ଯୋଗ୍ୟ ବିବେଚିତ କରାଯାଇନଥିବା ବେଳେ ୭ ଜଣଙ୍କୁ ଉଚ୍ଚତର ଚିକିତ୍ସା ପାଇଁ ରେଫର କରାଯାଇଥିଲା। ଶିବିରରେ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ, କଟକ, ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ପାରାଦୀପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବିଶେଷଜ୍ଞ ଡାକ୍ତରମାନେ ଯୋଗଦେଇ ଆବଶ୍ୟକୀୟ ପରୀକ୍ଷା ଓ ଭିନ୍ନକ୍ଷମତା ଚିହ୍ନଟ ପ୍ରକ୍ରିୟା ସମ୍ପନ୍ନ କରିଥିଲେ। ଏହି ଅବସରରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର, ବିଡିଓ ଦାଶରଥି ଜେନା, ସାଂସଦଙ୍କ ଏରସମା ବ୍ଲକ୍ ପ୍ରତିନିଧି ଜଟାଧାରୀ ସ୍ୱାଇଁ, ନୃସିଂହ ସାହୁଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ଜନପ୍ରତିନିଧିମାନେ ଯୋଗଦେଇଥିଲେ। ବ୍ଲକ୍ ସଂଯୋଜକ ନଳିନୀ ରଞ୍ଜନ ମନ୍ତ୍ରୀ ଶିବିରର ସମନ୍ୱୟ ଓ ପରିଚାଳନା କରିଥିଲେ। ବିଭିନ୍ନ ପଞ୍ଚାୟତର ଅଙ୍ଗନବାଡ଼ି କର୍ମୀ, ଡିଆର୍‌ଟି, ପିଇଓ ଓ ଏଡିଇଓ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।
7