ଯାଜପୁର, 21/09/2026, ଉତ୍କଳ voice news - utkalvoicenews.com ( ଉମାକାନ୍ତ ବେହେରା ଙ୍କ ରିପୋର୍ଟ) :

ତା - ୨୧/୦୯/୨୦୨୬ : ବଡଚଣା ଏନ୍ତୁଡି ର ନିଆଁ ଓ ଜୁଇ ର ନିଆଁ ମଧ୍ୟରେ ମଣିଷ ଅତିବାହିତ କରିଥିବା ସୁଖ ଦୁଃଖ ଭରା ଜୀବନ ତାର କର୍ମ ଫଳକୁ ନିର୍ଧାରିତ କରିଥାଏ। ଜନ୍ମ ମୃତ୍ୟୁ ମଧ୍ୟସ୍ଥ ବ୍ୟବଧାନ ହିଁ ଜୀବନ ନିଜର କର୍ମ, ଗୁଣ, ଧୈର୍ଯ୍ୟ, ସାହାସ, କର୍ତବ୍ୟନିଷ୍ଟା, ଦାୟୀତ୍ବବୋଧ, ଦୂରଦୃଷ୍ଟି, ଆଦର୍ଶ ମୂଲ୍ୟବୋଧ,ନିଜର କର୍ମ ଧର୍ମ ଓ ଗୁଣ ମାଧ୍ୟମରେ ମଣିଷ ଲୋକ ମାନଙ୍କ ହୃଦୟରେ ରହି ପାରେ ବୋଲି ଚଣ୍ଡିଖୋଲ ସ୍ଥିତ ଡି ୟୁ ପବ୍ଲିକ ସ୍କୁଲ ର ଅଧ୍ୟକ୍ଷ ତଥା ମହାବିନାୟକ ଏଜୁକେସନାଲ ୱେଲଫେୟାର୍ ଟ୍ରଷ୍ଟ ର ନିର୍ଦ୍ଦେଶକ ସ୍ବର୍ଗତ ଇଞ୍ଜିନିୟର ଧନେଶ୍ୱର ମହାପାତ୍ର ଙ୍କ ଏକଦଶାହ ଅବସରରେ ଆୟୋଜିତ ସ୍ମରଣିକା ଉନ୍ମୋଚନ ଉତ୍ସବରେ ଆୟୋଜିତ ସଭାରେ ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି। ଶିକ୍ଷାବିତ୍ ଡ଼ଃ ପ୍ରିୟନାଥ ମହାପାତ୍ର ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ତଥା ବିଶିଷ୍ଟ ଶିକ୍ଷକ ନେତା ପବିତ୍ର ମୋହନ ମାହାଲା, ଡ଼ଃ ବିଜୟ କୁମାର ଶତପଥୀ,ସମାଜସେବୀ ମନୋରମା ଆଚାର୍ଯ୍ୟ, ଆଇନଜୀବି ଦେବରାଜ ବେହେରା ରୋଟାରୀୟାନ୍ ମାଧୁରୀ ଶତପଥୀ, ବୈକୁଣ୍ଠ ନାଥ ପଣ୍ଡା,ଡ଼ଃ ବିଶ୍ୱଜିତ୍ ମହାପାତ୍ର,ଡ଼ଃ ରଣଜିତ୍ ମହାପାତ୍ର,ଡ଼ଃ ସୁଜାତା ମହାପାତ୍ର,ପଣ୍ତିତ ପଦ୍ମନାଭ ଶତପଥୀ,ଡ଼ଃ ସ୍ମିତା ମହାପାତ୍ର,ଡ଼ଃ ବିଧୁଭୂଷଣ ମହାପାତ୍ର,ସ୍ନିଗ୍ଧା ଦାଶ ପ୍ରମୁଖ ଯୋଗଦେଇ ସ୍ବର୍ଗତ ଧନେଶ୍ୱର ମହାପାତ୍ର ଙ୍କ ବହୁମୁଖି ପ୍ରତିଭାର ସ୍ମୃତି ଚାରଣ କରିଥିଲେ, ଜ୍ୟେଷ୍ଠ ପୁତ୍ର ଇଞ୍ଜିନିୟର ସତ୍ୟଜିତ ମହାପାତ୍ର, ଓ କନିଷ୍ଠ ପୁତ୍ର ଇଞ୍ଜିନିୟର ପ୍ରସନ୍ନ ଜିତ୍ ମହାପାତ୍ର, ଅତିଥି ମାନଙ୍କୁ ସ୍ୱାଗତ କରିଥଲେ। ଏହି ଅବସରରେ ସ୍ମରଣିକା "ସ୍ମୃତିରେ ଧନେଶ୍ୱର"ଉନ୍ମୋଚିତ ହୋଇଥିଲା।