ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବ୍ରଜ କିଶୋର ସ୍ୱାଇଁଙ୍କ ସ୍ମୃତିରେ ରକ୍ତଦାନ

ଯାଜପୁର, 21/09/2026, ଉତ୍କଳ voice news - utkalvoicenews.com(ଯାଜପୁରରୁ ଉମାକାନ୍ତ ବେହେରାଙ୍କ ରିପୋର୍ଟ) :
Article Image
ତାରିଖ – ୨୧/୦୯/୨୦୨୬ : ବଡ଼ଚଣା ବ୍ଲକ ଶାନ୍ତିପୁର ପଞ୍ଚାୟତ ଅନ୍ତର୍ଗତ ବେଣାପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବ୍ରଜ କିଶୋର ସ୍ୱାଇଁଙ୍କ ୧୯ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବ୍ରଜ କିଶୋର ସମାଜସେବୀ ସଂଗଠନ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଶିବିରକୁ ମୁଖ୍ୟ ଅତିଥି ଭାବେ ମା' ବାସୁଳେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶଙ୍କର୍ଷଣ ପରିଡ଼ା ଯୋଗଦେଇ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରମୋଦ ପଲେଇ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। କଟକ ସେଣ୍ଟ୍ରାଲ୍ ରେଡକ୍ରସ ବ୍ଲଡ୍ ସେଣ୍ଟରର ଡାକ୍ତର ବିନାୟକ ପ୍ରସାଦ ପୃଷ୍ଟିଙ୍କ ସମେତ ଅନ୍ୟ କର୍ମଚାରୀମାନେ ଶିବିରରେ ଯୋଗଦେଇ ରକ୍ତ ସଂଗ୍ରହ କରିଥିଲେ। ଶିବିରରେ ୫୦ରୁ ଊର୍ଦ୍ଧ୍ୱ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ସଂଗଠନର ସଭାପତି ତନ୍ମୟଜିତ୍ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶିବିରର ସମସ୍ତ କାର୍ଯ୍ୟ ପରିଚାଳିତ ହୋଇଥିଲା। ଏଥିରେ ସଂଗଠନର ସମସ୍ତ ସଦସ୍ୟ ଯୋଗଦେଇ ଶିବିର ପରିଚାଳନାରେ ସହଯୋଗ କରିଥିଲେ।
7