ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଭୀମ ଭୋଇ ସାମର୍ଥ୍ୟ ଅଭିଯାନ ସେପ୍ଟେମ୍ବର ୩୦କୁ ଘୁଞ୍ଚିଲା

କୁଜଙ୍ଗ , 21/09/2026, ଉତ୍କଳ voice news - utkalvoicenews.com ( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) : ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଏବଂ SRCଙ୍କ ସୂଚନା ଅନୁସାରେ ଆସନ୍ତା ସେପ୍ଟେମ୍ବର ୨୩ ଓ ୨୪ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି କୁଜଙ୍ଗସ୍ଥିତ ବନବିହାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସେପ୍ଟେମ୍ବର ୨୩ ତାରିଖରେ ହେବାକୁ ଥିବା ଭୀମ ଭୋଇ ସାମର୍ଥ୍ୟ ଅଭିଯାନ କାର୍ଯ୍ୟକ୍ରମକୁ ଘୁଞ୍ଚାଇ ଦିଆଯାଇଛି। ନୂତନ କାର୍ଯ୍ୟସୂଚୀ ଅନୁସାରେ ଉକ୍ତ ଅଭିଯାନ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ, ବୁଧବାର ଦିନ ବନବିହାରୀ ଉଚ୍ଚ ବିଦ୍ୟାଳୟ ପରିସର, କୁଜଙ୍ଗଠାରେ ଅନୁଷ୍ଠିତ ହେବ। ବର୍ଷାଜନିତ ପରିସ୍ଥିତିରେ ସର୍ବସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ତାରିଖ ପରିବର୍ତ୍ତନ କରାଯାଇଥିବା ଜଣାପଡ଼ିଛି। ତେଣୁ କୁଜଙ୍ଗ ଅଞ୍ଚଳର ସମସ୍ତ ପଞ୍ଚାୟତରେ ଥିବା ଭିନ୍ନକ୍ଷମ ଭାଇ ଓ ଭଉଣୀମାନଙ୍କୁ କାର୍ଯ୍ୟକ୍ରମର ନୂତନ ତାରିଖ ସମ୍ପର୍କରେ ଅବଗତ କରାଇବାକୁ ସମ୍ପୃକ୍ତ ସମସ୍ତଙ୍କୁ ଅନୁରୋଧ କରାଯାଇଛି। ନୂତନ ତାରିଖ — ୩୦ ସେପ୍ଟେମ୍ବର ୨୦୨୬, ବୁଧବାର।
6