ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନିଶାମୁକ୍ତ ଯୁବଶକ୍ତି ଅଭିଯାନ ନେଇ ସଚେତନତା ଶିବିର

ପାରାଦୀପଗଡ଼, 21/09/2026, ଉତ୍କଳ voice news - utkalvoicenews.com(ପାରାଦୀପ, କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ) :
Article Image
ତା. ୨୧.୦୯.୨୦୨୬ ରିଖରେ ଜଗତସିଂହପୁର ଅଳକା ଆଶ୍ରମ ପରିଚାଳନା କମିଟି ଓ ଜଗତସିଂହପୁର ଡେଭଲପମେଣ୍ଟ ଫୋରମ୍‌ର ଆନୁକୂଲ୍ୟରେ ପାରାଦୀପଗଡ଼ ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ‘ନିଶାମୁକ୍ତ ଯୁବଶକ୍ତି ଅଭିଯାନ’ ଶୀର୍ଷକ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।
Article Image
ଶିବିରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ଡା. କୁଳମଣି ସାମଲ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ କୁଜଙ୍ଗ ଓକିଲ ସଂଘର ସଭାପତି ସଞ୍ଜୟ କୁମାର ବେହେରା ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅଳକା ଆଶ୍ରମର ସଂଯୋଜିକା ତଥା ସମାଜସେବୀ ସ୍ନେହମୟୀ ଆଚାର୍ଯ୍ୟ, ବନବିହାରୀ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ସରୋଜ କୁମାର ବେହେରା ଓ ନଗେନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ।
Article Image
ଏହି ଅବସରରେ ବକ୍ତାମାନେ ଯୁବପିଢ଼ି ଓ କିଶୋର-କିଶୋରୀଙ୍କ ମଧ୍ୟରେ ନିଶା ସେବନର କୁପ୍ରଭାବ, ଏହା ଦ୍ୱାରା ପରିବାର ଓ ସମାଜରେ ସୃଷ୍ଟି ହେଉଥିବା ବିଶୃଙ୍ଖଳା ସମ୍ପର୍କରେ ସଚେତନ କରିଥିଲେ।
Article Image
ଛାତ୍ରଛାତ୍ରୀମାନେ ନିଜ ପରିବାର ଓ ସମ୍ପର୍କୀୟମାନଙ୍କୁ ନିଶାଠାରୁ ଦୂରେଇ ରହିବା ପାଇଁ ପ୍ରେରିତ କରିବାକୁ ବକ୍ତାମାନେ ପରାମର୍ଶ ଦେଇଥିଲେ। ମୁଖ୍ୟ ଅତିଥି ଡା. କୁଳମଣି ସାମଲ ଛାତ୍ରଛାତ୍ରୀମାନଙ୍କୁ ନିଶାଠାରୁ ଦୂରେଇ ରହିବା ପାଇଁ ଶପଥପାଠ କରାଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କିରଣବାଳା ସାହୁ ଶିବିରରେ ସଭାପତିତ୍ୱ କରିଥିବା ବେଳେ ଖେଳ ଶିକ୍ଷକ ରମାକାନ୍ତ ଖଣ୍ଡୁଆଳ ଧନ୍ୟବାଦ ଅର୍ପଣ କରିଥିଲେ।
7