ଢେଙ୍କାନାଳ, 22/09/2026, ଉତ୍କଳ voice news - utkalvoicenews.comରିପୋର୍ଟ : ଶୁଭମ୍ ପାଣି, ଢେଙ୍କାନାଳ

ତା - ୨୨/୦୯/୨୦୨୬: ଯୁବପିଢ଼ିଙ୍କ ମଧ୍ୟରେ ସୃଜନଶୀଳତା, ନବସୃଜନ ଓ ଦେଶ ଗଠନ ପ୍ରତି ଦାୟିତ୍ୱବୋଧକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ (VBYLD)-୨୦୨୭ ଆୟୋଜିତ ହେଉଛି। କେନ୍ଦ୍ର ଯୁବବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନରେ MY Bharat ଏହାର କାର୍ଯ୍ୟାନ୍ୱୟନ କରୁଛି।
VBYLD-୨୦୨୭ର Viksit Bharat Challenge Track ଅଧୀନରେ ଅନଲାଇନ୍ ‘ବିକଶିତ ଭାରତ କୁଇଜ୍’ ଆୟୋଜିତ ହେଉଛି। MY Bharat ପୋର୍ଟାଲରେ ବିଭିନ୍ନ ଭାଷାରେ ଆୟୋଜିତ ଏହି କୁଇଜ୍ରେ ଯୋଗ୍ୟ ଯୁବକ-ଯୁବତୀମାନେ ବ୍ୟକ୍ତିଗତ ଭାବେ ଅଂଶଗ୍ରହଣ କରିପାରିବେ। ଆଧିକାରିକ ପୋର୍ଟାଲ ଅନୁସାରେ କୁଇଜ୍ଟି ୧୭ ଅଗଷ୍ଟରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଚାଲିବ।
କୁଇଜ୍ ପରେ ଚୟନିତ ପ୍ରତିଯୋଗୀମାନେ ପରବର୍ତ୍ତୀ ପର୍ଯ୍ୟାୟରେ Viksit Bharat Essay Challengeରେ ଅଂଶଗ୍ରହଣ କରିବେ। ଏହା ପରେ ଜିଲ୍ଲା, ରାଜ୍ୟ ଓ ଜାତୀୟସ୍ତରରେ ପ୍ରତିଯୋଗିତା ମାଧ୍ୟମରେ ଯୁବ ପ୍ରତିଭାଙ୍କୁ ଚୟନ କରାଯିବ। ଚୟନିତ ଯୁବପ୍ରତିଭାମାନେ ଜାତୀୟସ୍ତରରେ ନିଜର ଚିନ୍ତାଧାରା ଓ ପ୍ରସ୍ତୁତି ଉପସ୍ଥାପନ କରିବାର ସୁଯୋଗ ପାଇବେ।
VBYLD-୨୦୨୭ କେବଳ କୁଇଜ୍ କିମ୍ବା ନିବନ୍ଧ ପ୍ରତିଯୋଗିତାରେ ସୀମିତ ନୁହେଁ।
ଏଥିରେ Viksit Bharat Challenge Track ସହିତ Cultural Track, Design for Bharat, Hack for Social Cause, Youth Entrepreneurs Challenge ଓ Youth Parliament ଭଳି ବିଭିନ୍ନ ଟ୍ରାକ୍ ରହିଛି। ଏହା ମାଧ୍ୟମରେ ବିଭିନ୍ନ କ୍ଷେତ୍ରର ଯୁବପ୍ରତିଭାମାନେ ନିଜ ଦକ୍ଷତା ପ୍ରଦର୍ଶନର ସୁଯୋଗ ପାଇପାରିବେ।
ଏହି ପରିପ୍ରେକ୍ଷୀରେ ଢେଙ୍କାନାଳ ଜିଲ୍ଲାର ଯୁବକ-ଯୁବତୀମାନେ ଅଧିକ ସଂଖ୍ୟାରେ ବିକଶିତ ଭାରତ କୁଇଜ୍ରେ ଅଂଶଗ୍ରହଣ କରି ଜାତୀୟ ଯୁବ ମଞ୍ଚର ଅଂଶ ହେବାକୁ ଅନୁରୋଧ କରାଯାଇଛି। ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ମଧ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ଅନୁରୋଧ କରାଯାଇଛି।