ପାରାଦୀପ, 22/09/2026, ଉତ୍କଳ voice news - utkalvoicenews.com(ପାରାଦୀପ, କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ)
ତା. ୧୭/୦୯: ବିଶ୍ୱକର୍ମା ପୂଜା ଚାଲିଥିବା ବେଳେ ପାରାଦୀପରେ ଘଟିଛି ଅଘଟଣ। ପ୍ରବଳ ବର୍ଷା ଓ ଝଡ଼ପବନ ଯୋଗୁଁ ପୂଜା ପଡ଼ିଆକୁ ଯାଇଥିବା ରାସ୍ତା ଉପରେ ନିର୍ମିତ ଏକ ଲାଇଟ୍ ଗେଟ୍ ହଠାତ୍ ଭାଙ୍ଗି ପଡ଼ିଛି।
ଫଳରେ ଗେଟ୍ ତଳେ ଏକ କାର୍ ଓ ଦୁଇଟି ବାଇକ୍ ଚାପି ହୋଇଯାଇଥିଲା।
ଘଟଣା ସମୟରେ ଗାଡ଼ିଗୁଡ଼ିକ ନିକଟରେ ଥିବା ଲୋକମାନଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କରିଥିଲେ। ତେବେ ଏହି ଘଟଣାରେ କାହାରି ଆହତ କିମ୍ବା ଜୀବନହାନି ହୋଇନଥିବା ଜଣାପଡ଼ିଛି। ଫଳରେ ଏକ ବଡ଼ ଅଘଟଣ ଅଳ୍ପକେ ଟଳିଯାଇଛି।
ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଲାଇଟ୍ ଗେଟ୍କୁ ହଟାଇ ରାସ୍ତା ସଫା କରାଯିବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା।
ଲଘୁଚାପ ପ୍ରଭାବରେ ଗତକାଲି ରାତିଠାରୁ ପାରାଦୀପ ଅଞ୍ଚଳରେ ବର୍ଷା ଲାଗି ରହିଥିବା ବେଳେ ମଧ୍ୟାହ୍ନ ସମୟରେ ପବନର ବେଗ ବଢ଼ିଥିଲା। ଏହି ପବନ ଯୋଗୁଁ ଲାଇଟ୍ ଗେଟ୍ ଭାଙ୍ଗିଥିବା ପ୍ରାଥମିକ ଭାବେ ଜଣାପଡ଼ିଛି।