ପାରାଦୀପ, 22/09/2026, ଉତ୍କଳ voice news - utkalvoicenews.com(ପାରାଦୀପ, କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ)
ତାରିଖ: ୨୧/୦୯/୨୦୨୬ : ପାରାଦୀପ ରାଡାର ଖରାପ ହୋଇଥିବା ନେଇ ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ମାଧ୍ୟମରେ ଚର୍ଚ୍ଚା ହେଉଥିବାବେଳେ, ଏହାକୁ ନେଇ ସ୍ପଷ୍ଟୀକରଣ ମିଳିଛି। ରାଡାରର କାର୍ଯ୍ୟକ୍ଷମତା ଓ ଆସନ୍ତା ବାତ୍ୟାର ସମ୍ଭାବନା ସମ୍ପର୍କରେ ତଥ୍ୟ ଜାଣିବା ପାଇଁ ଆମ ପ୍ରତିନିଧି ପାରାଦୀପ ରାଡାର କାର୍ଯ୍ୟାଳୟରେ ପହଞ୍ଚିଥିଲେ।
ସେଠାରେ ରାଡାର କାର୍ଯ୍ୟାଳୟର ଇନ୍ଚାର୍ଜ ତଥା ସାଇଣ୍ଟିଫିକ୍ ଅଫିସର-୧ ସପନ କୁମାର ଦାସଙ୍କ ସହ ଆଲୋଚନା କରାଯାଇଥିଲା। ତାଙ୍କ ସୂଚନା ଅନୁଯାୟୀ, ପାରାଦୀପ ରାଡାର ଖରାପ ହୋଇନାହିଁ। ରାଡାରକୁ ନେଇ ପ୍ରଚାରିତ ହେଉଥିବା ଗୁଜବରେ ବିଶ୍ୱାସ ନକରିବାକୁ ସେ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ, ଆସନ୍ତା ବାତ୍ୟା ସମ୍ପର୍କରେ ବର୍ତ୍ତମାନ କୌଣସି ନୂଆ ଅପଡେଟ ନଥିବା ସେ ସ୍ପଷ୍ଟ କରିଛନ୍ତି। ଆଗାମୀ ଦିନରେ ପାଣିପାଗ ସମ୍ପର୍କିତ ପରିସ୍ଥିତି ସ୍ପଷ୍ଟ ହେଲେ ଏନେଇ ତଥ୍ୟ ଦିଆଯାଇପାରିବ ବୋଲି ସେ ସୂଚନା ଦେଇଛନ୍ତି।
ତେଣୁ ପାରାଦୀପ ରାଡାର ଖରାପ ହୋଇଥିବା ନେଇ ପ୍ରଚାରିତ ଗୁଜବକୁ ନେଇ ଲୋକେ ଆତଙ୍କିତ ନହୋଇ, ପାଣିପାଗ ବିଭାଗର ଅଧିକୃତ ସୂଚନା ଉପରେ ନିର୍ଭର କରିବାକୁ କୁହାଯାଇଛି।