ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୁଜଙ୍ଗରେ ୧୩ ଦଫା ଦାବି ନେଇ ନବନିର୍ମାଣ କୃଷକ ସଂଗଠନର ଦାବିପତ୍ର

କୁଜଙ୍ଗ , 22/09/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ, କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ ) :
Article Image
ତା. ୨୧/୦୯/୨୦୨୬: ଚାଷୀ ଓ ଚାଷର ଉନ୍ନତି ସମେତ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ନବନିର୍ମାଣ କୃଷକ ସଂଗଠନର କୁଜଙ୍ଗ ବ୍ଲକ୍ ଶାଖା ପକ୍ଷରୁ ୧୩ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ସଂଗଠନ ପକ୍ଷରୁ କୁଜଙ୍ଗ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା।
Article Image
ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ଧାନ ଓ ପନିପରିବା ଫସଲର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦର୍ଶାଇ ତୁରନ୍ତ କ୍ଷୟକ୍ଷତି ଆକଳନ ସହ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରାଯାଇଛି।
Article Image
କୁଜଙ୍ଗ ଅଞ୍ଚଳର ଜଳ ନିଷ୍କାସନ ସମସ୍ୟାର ସ୍ଥାୟୀ ସମାଧାନ ସହ ୨୯ଟି ମୌଜାର ପାରମ୍ପରିକ ଜଳ ନିଷ୍କାସନ ପଥର ପୁନରୁଦ୍ଧାର, ଜଳସେଚନ ଓ ଡ୍ରେନେଜ୍ ବ୍ୟବସ୍ଥା ସୁଦୃଢ଼ କରିବାକୁ ସଂଗଠନ ଦାବି କରିଛି।
Article Image
ସେହିପରି ସରକାରୀ ଉଦ୍ୟମରେ ଶୀତଳ ଭଣ୍ଡାର ଓ ଗୋଦାମ ନିର୍ମାଣ, ପର୍ଯ୍ୟାପ୍ତ ମଣ୍ଡି ବ୍ୟବସ୍ଥା, ଭାଗଚାଷୀଙ୍କୁ ମଣ୍ଡିରେ ଧାନ ବିକ୍ରିର ସୁଯୋଗ ଏବଂ ଧାନ କିଣାବିକାରେ କଟନି-ଛଟନି ବନ୍ଦ କରିବାକୁ ଦାବି ହୋଇଛି। ଚାଷୀଙ୍କୁ ରିହାତି ଦରରେ ସାର, ବିହନ ଓ କୀଟନାଶକ ଯୋଗାଣ, ସାରର କଳାବଜାରୀ ରୋକିବା, ଚାଷୀଙ୍କ ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ ପ୍ରଦାନ, ଷଣ୍ଢ ଉପଦ୍ରବ ନିୟନ୍ତ୍ରଣ ଏବଂ ପ୍ରତ୍ୟେକ ଚାଷୀଙ୍କୁ ସୁରକ୍ଷା ଭତ୍ତା ପ୍ରଦାନ ଭଳି ଦାବି ମଧ୍ୟ ରହିଛି। ଏଥିସହ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଦର ହ୍ରାସ, ଶିଳ୍ପାନୁଷ୍ଠାନର ପ୍ରଦୂଷଣ ନିୟନ୍ତ୍ରଣ, ବାର୍ଦ୍ଧକ୍ୟ ଭତ୍ତା ୩୫୦୦ ଟଙ୍କାକୁ ବୃଦ୍ଧି ଏବଂ ଓଡ଼ିଶାକୁ ନିଶାମୁକ୍ତ କରିବା ଭଳି ଦାବି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ସଂଗଠନର ସଂଯୋଜକ ବାବୁଆମ ଚୌଧୁରୀଙ୍କ ସମେତ ନବନିର୍ମାଣ କୃଷକ ସଂଗଠନର କୁଜଙ୍ଗ ବ୍ଲକ୍ ଶାଖାର କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ଥିଲେ।
8