ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଗୁଡ଼ା ପୋଲିସର ବଡ଼ ସଫଳତା, ୩ ଗିରଫ

ବୁଗୁଡ଼ା, 22/09/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ବୁଗୁଡା ପୋଲିସ ଥାନା ଅଧୀନସ୍ଥ ବାଲିପଦର ଫାଣ୍ଡି ପୋଲିସକୁ ମିଳିଛି ଏକ ବଡ ସଫଳତା। ଏକ ଆନ୍ତଃଜିଲ୍ଲା ଚୋରି ଗ୍ୟାଙ୍ଗର ତିନି ଜଣଙ୍କୁ ଗିରଫ କରିଛି ବାଲିପଦର ଫାଣ୍ଡି ପୋଲିସ। ଭଞ୍ଜନଗର ଏସଡିପିଓ ଡକ୍ଟର ଦୀପକ କୁମାର ମିଶ୍ରଙ୍କ ନିର୍ଦ୍ଦେଶ ଅନୁଯାୟୀ, ବାଲିପଦର ଫାଣ୍ଡି ଓଆଇସି କେ ନୀଳାଦ୍ରି ରେଡ୍ଡିଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଏହି ପୋଲିସ ଟିମ୍ ଆନ୍ତଃଜିଲ୍ଲା ଚୋରି ଗ୍ୟାଙ୍ଗକୁ ଚିହ୍ନଟ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ସେମାନେ ହେଲେ ବୁଗୁଡା ଥାନା ଅନ୍ତର୍ଗତ ପୋଚାଲୁଣ୍ଡି ଗ୍ରାମର ଚିରଞ୍ଜିବୀ ପାତ୍ର (୨୨), ଅଜିତ କୁମାର ବେହେରା (୩୦), ସୁରେନ୍ଦ୍ର ପାତ୍ର (୩୫)। ତଦନ୍ତ ସମୟରେ, ସେମାନଙ୍କ ନିକଟରୁ ୫୨୨ ଗ୍ରାମ ରୂପା ଅଳଙ୍କାର, ନଗଦ ୫୫୬୫ ଟଙ୍କା, ଗୋଟିଏ ହେଡଲାଇଟ୍, ତିନୋଟି ଟର୍ଚ୍ଚ ଲାଇଟ୍, ପାଞ୍ଚଟି ମୋବାଇଲ୍ ଫୋନ୍ ଓ ଘର ଭାଙ୍ଗିବାରେ ବ୍ୟବହୃତ ହେଉଥିବା ବିଭିନ୍ନ ସରଞ୍ଜାମ ଜବତ କରିଛି।ଏ ନେଇ ବୁଗୁଡ଼ା ଥାନାରେ କେସ୍ ନମ୍ବର ୪୭୫/୨୬ ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚୋରି ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନେ ବର୍ତ୍ତମାନ ଫେରାର ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରହିଛି।
8