ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପିପୁଲସ୍ କଲେଜ୍ ପାଇଁ ଗୌରବ ଆଣିଲେ ଉଷଶ୍ରୀ

ବୁଗୁଡ଼ା, 22/09/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ସ୍ଥାନୀୟ ପିପୁଲସ୍ କଲେଜର +୩ ଦ୍ଵିତୀୟ ବର୍ଷ ର ଛାତ୍ରୀ ଉଷଶ୍ରୀ ଖାଡ଼ଙ୍ଗା ନୂଆଦିଲ୍ଲୀ ଠାରେ ଏନସିସି ପକ୍ଷରୁ ଆୟୋଜିତ ସର୍ବ ଭାରତୀୟ ଥଲ୍ ସୈନିକ୍ କ୍ୟାମ୍ପ୍ ରେ ଅଂଶଗ୍ରହଣ କରି ପିପୁଲସ୍ କଲେଜ୍ ଏବଂ ବୁଗୁଡ଼ା ଅଞ୍ଚଳ ପାଇବ ଗୌରବ ଆଣିଛନ୍ତି। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଳକ ଅନ୍ତର୍ଗତ ସଦାଶିବପୁର ଶାସନ ଗ୍ରାମ ର କାଳୀ ପ୍ରସାଦ ଖାଡ଼ଙ୍ଗା ଏବଂ ସଙ୍ଗୀତା କୁମାରୀ ଖାଡ଼ଙ୍ଗା ଙ୍କ ଝିଅ ଉଷଶ୍ରୀ ପିପୁଲସ୍ କଲେଜ୍ ବୁଗୁଡ଼ା ଏନସିସି ର ଜଣେ ଶୃଙ୍ଖଳିତ କ୍ୟାଡେଟ୍। ସେ ଏନସିସି ପକ୍ଷରୁ ନୂଆଦିଲ୍ଲୀ ଠାରେ ଆୟୋଜିତ ସର୍ବ ଭାରତୀୟ ଥଲ୍ ସୈନିକ୍ କ୍ୟାମ୍ପ୍ ରେ ଜଡ୍ଜିଙ୍ଗ ଡିସଷ୍ଟାଂଶ ଇଭେଣ୍ଟ ରେ ଅଂଶଗ୍ରହଣ କରି ସଫଳତା ହାସଲ କରିଛନ୍ତି। ଏଥି ପାଇଁ ଉଷଶ୍ରୀ ଙ୍କୁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟୁଛି । ପିପୁଲସ୍ କଲେଜ ପକ୍ଷରୁ ଛାତ୍ରୀ ଉଷଶ୍ରୀ ଙ୍କୁ ପୁଷ୍ପ ଗୁଛ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି । ଏହି ସଫଳତା ର ଶ୍ରେୟ ସେ ନିଜ ବାପା,ମା,ଓ କଲେଜ ର ଅଧ୍ୟକ୍ଷ,ଏନସିସି ଅଫିସର ଲେଫ୍ଟନାଣ୍ଟ ଅଜୟ କୁମାର ସାହୁ କଲେଜ୍ ର ଅଧ୍ୟାପକ ଅଧ୍ୟାପିକା, ଏବଂ ନିଜର ସାଙ୍ଗ ସାଥି ମାନଙ୍କୁ ଦେଇଛନ୍ତି ।ଉଷଶ୍ରୀ କହିଛନ୍ତି ଯେ ସେ ଏଭଳି କଠିନ ପରିଶ୍ରଣ ଜାରି ରଖିବେ ଏବଂ ଭବିଷ୍ୟତ ରେ ସେନା ବାହିନୀ ରେ ଯୋଗ ଦେଇ ଦେଶ ସେବା କରିବେ ।
7