ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ତିର୍ତ୍ତୋଲ କୋର୍ଟରେ ସାଇବର ଆଇନ ସଚେତନତା କାର୍ଯ୍ୟକ୍ରମ

ତିର୍ତ୍ତୋଲ, 22/09/2026, ଉତ୍କଳ voice news - utkalvoicenews.com( ରିପୋର୍ଟର : ଜଗନ୍ନାଥ ପ୍ରସାଦ ସାହୁ )
Article Image
ତା - ୨୨/୯ : ତିର୍ତ୍ତୋଲ ତାଲୁକ ଆଇନ ସେବା କମିଟି ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଓ ସାଇବର ଆଇନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ତିର୍ତ୍ତୋଲ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ତିର୍ତ୍ତୋଲ କୋର୍ଟର ବିଚାରପତି ତଥା ତାଲୁକ ଆଇନ ସେବା କମିଟିର ସଭାପତି ସିଓନା ସିଦ୍ଧାର୍ଥ ମହାରଣାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସରକାରୀ ଓକିଲ ସସ୍ମିତା ନାୟକଙ୍କ ସମେତ ଆଇନଜୀବୀ ସୁଧୀର ଖୁଣ୍ଟିଆ, ଟୁକନ ଚରଣ ସେଠୀ, ନାରାୟଣ ମହାନ୍ତି, ଦେବେନ୍ଦ୍ର କୁମାର ନାୟକ, ସୁବୋଧ ଚନ୍ଦ୍ର ଖୁଣ୍ଟିଆ, ଗିରିଜା ପ୍ରସନ୍ନ ଦାଶ, ବିନୟ କୁମାର ସ୍ୱାଇଁ, ଜୀବନ ବଲ୍ଲଭ ମହାନ୍ତି, ଗଜେନ୍ଦ୍ର ବିଶ୍ୱାଳ, ଅମର ଜ୍ୟୋତି ସାହୁ ଓ ସନ୍ତୋଷ କୁମାର ଦାସ ଯୋଗ ଦେଇଥିଲେ। ଏଥିସହ ତିର୍ତ୍ତୋଲ ଥାନାର ଏସ୍‌ଆଇ ବିଭୂତି ଭୂଷଣ ବିଶ୍ୱାଳ, କୋର୍ଟର କର୍ମଚାରୀ ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ। ବର୍ତ୍ତମାନ ସମୟରେ ବୃଦ୍ଧି ପାଉଥିବା ସାଇବର ଠକେଇ, ସୋସିଆଲ ମିଡିଆର ସୁରକ୍ଷିତ ବ୍ୟବହାର ଏବଂ ଏଥିସହ ଜଡ଼ିତ ଆଇନଗତ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମକୁ ଟିଏଲସି ସଂଯୋଜକ ଅନାମ ଚରଣ ଭୋଇ ସଂଚାଳନ କରିଥିଲେ।
7