ପାରାଦ୍ଵୀପ, 23/09/2026, ଉତ୍କଳ voice news - utkalvoicenews.com(ପାରାଦ୍ଵୀପ, କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ)
ତା. ୨୨/୦୯/୨୦୨୬ : ପାରାଦ୍ଵୀପରେ ବିଶ୍ୱକର୍ମା ପୂଜା ଅବସରରେ ବ୍ୟବସାୟିକ ଷ୍ଟଲ୍ ବଣ୍ଟନକୁ ନେଇ ବ୍ୟବସାୟୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବନ୍ଦର ଇଷ୍ଟେଟ୍ ବିଭାଗ ପକ୍ଷରୁ ଷ୍ଟଲ୍ ଆବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ କରି ବ୍ୟବସାୟୀମାନେ ବନ୍ଦର ପ୍ରଶାସନିକ ଭବନ ସମ୍ମୁଖରେ ଧାରଣା ଦେଇଛନ୍ତି।
ବ୍ୟବସାୟୀମାନଙ୍କ କହିବାନୁଯାୟୀ, ପ୍ରତିବର୍ଷ ବିଶ୍ୱକର୍ମା ପୂଜା ମଣ୍ଡପ ନିକଟରେ ବ୍ୟବସାୟିକ ଷ୍ଟଲ୍ ପାଇଁ ଲକ୍ଷାଧିକ ଟଙ୍କାର ଟେଣ୍ଡର ଓ ଡିପୋଜିଟ୍ କରାଯାଇଥାଏ।
ତେବେ ଗତ ଦୁଇ ବର୍ଷ ଧରି ପୂଜା ମଣ୍ଡପ ନିକଟରେ ଷ୍ଟଲ୍ ଦେବା ପରିବର୍ତ୍ତେ ସମୁଦ୍ରକୂଳ ଅଞ୍ଚଳରେ ଷ୍ଟଲ୍ ଦିଆଯାଉଥିବାରୁ ବ୍ୟବସାୟରେ ଆଶାନୁରୂପ ଲାଭ ମିଳୁନଥିବା ସେମାନେ ଅଭିଯୋଗ କରିଛନ୍ତି।
ଏହାଦ୍ୱାରା ବ୍ୟବସାୟୀମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଥିବା କହିଛନ୍ତି। ଚଳିତ ବର୍ଷ ମଧ୍ୟ କ୍ଷତି ହୋଇଥିବା ଦର୍ଶାଇ ଡିପୋଜିଟ୍ ଅର୍ଥ ଫେରସ୍ତ କରିବା ସହ ଷ୍ଟଲ୍ ଆବଣ୍ଟନ ସମ୍ପର୍କରେ ଉପଯୁକ୍ତ ପଦକ୍ଷେପ ନେବାକୁ ବ୍ୟବସାୟୀମାନେ ଦାବି କରିଛନ୍ତି।
ଏନେଇ ବ୍ୟବସାୟୀମାନେ ବନ୍ଦର ପ୍ରଶାସନିକ ଭବନ ସମ୍ମୁଖରେ ଧାରଣା ଜାରି ରଖିଥିବା ଜଣାପଡ଼ିଛି।