ପାରାଦୀପ, 23/09/2026, ଉତ୍କଳ voice news - utkalvoicenews.com(ପାରାଦୀପ, କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ) :
ତାରିଖ – ୨୩/୦୯/୨୦୨୬ : ପାରାଦୀପରେ ଆୟୋଜିତ ଭଗବାନ ବିଶ୍ୱକର୍ମା ପୂଜା ମହୋତ୍ସବ-୨୦୨୬ ଅବସରରେ ବିଭିନ୍ନ ବର୍ଗରେ ଅନୁଷ୍ଠିତ ସଜସଜ୍ଜା ପ୍ରତିଯୋଗିତାର ଫଳାଫଳ ଘୋଷଣା କରାଯାଇଛି। ସେପ୍ଟେମ୍ବର ୧୭ରୁ ୨୩ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ପୂଜା ମହୋତ୍ସବରେ ବିଭିନ୍ନ ସଂଗଠନ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
ଆଉଟଡୋର୍ ଡେକୋରେସନ୍ ବର୍ଗରେ ଓଡ଼ିଶା ମେରାଇନ୍ ଫିସ୍ ପ୍ରଡ୍ୟୁସର୍ସ ଆସୋସିଏସନ୍ ପ୍ରଥମ, ଜଗନ୍ନାଥ ଟ୍ରକ୍ ଓନର୍ସ ଆସୋସିଏସନ୍ ଦ୍ୱିତୀୟ ଏବଂ ପାରାଦୀପ ଟ୍ରକ୍ ଓନର୍ସ ଆସୋସିଏସନ୍ ତୃତୀୟ ସ୍ଥାନ ହାସଲ କରିଛି।

ସେହିପରି ଇଣ୍ଟରନାଲ୍ ଡେକୋରେସନ୍ ବର୍ଗରେ ପାରାଦୀପ ଟ୍ରକ୍ ଓନର୍ସ ଆସୋସିଏସନ୍ ପ୍ରଥମ, ଜଗନ୍ନାଥ ଟ୍ରକ୍ ଓନର୍ସ ଆସୋସିଏସନ୍ ଦ୍ୱିତୀୟ ଏବଂ ଓଡ଼ିଶା ମେରାଇନ୍ ଫିସ୍ ପ୍ରଡ୍ୟୁସର୍ସ ଆସୋସିଏସନ୍ ତୃତୀୟ ସ୍ଥାନ ଅଧିକାର କରିଛି।
ଲାଇଟ୍ ଡେକୋରେସନ୍ ବର୍ଗରେ ପାରାଦୀପ ଟ୍ରକ୍ ଓନର୍ସ ଆସୋସିଏସନ୍ ପ୍ରଥମ, ଓଡ଼ିଶା ମେରାଇନ୍ ଫିସ୍ ପ୍ରଡ୍ୟୁସର୍ସ ଆସୋସିଏସନ୍ ଦ୍ୱିତୀୟ ଏବଂ ଭାରତୀୟ ବନ୍ଦର ମଜଦୁର ୟୁନିଅନ୍ ତୃତୀୟ ସ୍ଥାନ ହାସଲ କରିଛି।
ଅନ୍ୟପକ୍ଷରେ, ଶୃଙ୍ଖଳା ସହ ସାମାଜିକ ବାର୍ତ୍ତା ବର୍ଗରେ ଓଡ଼ିଶା ମେରାଇନ୍ ଫିସ୍ ପ୍ରଡ୍ୟୁସର୍ସ ଆସୋସିଏସନ୍ ପ୍ରଥମ, ପାରାଦୀପ ଟ୍ରକ୍ ଓନର୍ସ ଆସୋସିଏସନ୍ ଦ୍ୱିତୀୟ ଏବଂ ଭାରତୀୟ ବନ୍ଦର ମଜଦୁର ୟୁନିଅନ୍ ତୃତୀୟ ସ୍ଥାନ ହାସଲ କରିଛି।
ଏହାଛଡ଼ା ଜେ.ସି.ସି. ପାରାଦୀପ ଟ୍ରେଲର୍ ଆଣ୍ଡ ଗ୍ୟାସ୍ ଟ୍ୟାଙ୍କର୍ ଓନର୍ସ ଆସୋସିଏସନ୍, ପାରାଦୀପ ଟ୍ରେଲର୍ ଓନର୍ସ ଆସୋସିଏସନ୍ ଏବଂ ପ୍ରକୃତି କଣ୍ଟେନର୍ କ୍ୟାରିୟର୍ ଓନର୍ସ ଆସୋସିଏସନ୍ର ଯୁଗ୍ମ ସମନ୍ୱୟ କମିଟିକୁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଛି।
ବିଶ୍ୱକର୍ମା ପୂଜା ଅବସରରେ ଆୟୋଜିତ ଏହି ସଜସଜ୍ଜା ପ୍ରତିଯୋଗିତା ପାରାଦୀପର ପୂଜା ମହୋତ୍ସବକୁ ଅଧିକ ଆକର୍ଷଣୀୟ କରିଥିଲା। ବିଭିନ୍ନ ସଂଗଠନ ପକ୍ଷରୁ କରାଯାଇଥିବା ଆକର୍ଷଣୀୟ ସାଜସଜ୍ଜା, ଆଲୋକସଜ୍ଜା ଏବଂ ସାମାଜିକ ବାର୍ତ୍ତା ପୂଜା ଉତ୍ସବର ଆକର୍ଷଣ ବଢ଼ାଇଥିଲା। ପ୍ରତିଯୋଗିତାରେ ବିଜେତା ସଂଗଠନଗୁଡ଼ିକୁ ନେଇ ଅଞ୍ଚଳରେ ଉତ୍ସାହ ପ୍ରକାଶ ପାଇଛି।