ବୁଗୁଡ଼ା, 23/09/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
ବଙ୍ଗୋପସାଗର ରେ ସୃଷ୍ଟ ସମ୍ଭାବ୍ୟ ବାତ୍ଯା ” ଅର୍ଣ୍ଣବ” ପ୍ରଭାବରେ ବର୍ଷା ଓ ପବନ ଦ୍ବାରା ପରିବା ଫସଲ ହାନିର ଆଶଙ୍କା କରି ବୁଗୁଡା ଅଞ୍ଚଳର ଚାଷୀକୁଳ ଟିକେ ଆତଙ୍କିତ ହୋଇପଡିଥିବା ବେଳେ ଧାନ ବିଲରେ ପାଣି ଭର୍ତ୍ତି ହୋଇରହିଛି। ବାତ୍ୟା ପ୍ରଭାବରୁ ଆଜି ସକାଳୁ ହିଁ ମେଘୁଆ ପାଗ ସାଙ୍ଗକୁ ଝିପିଝିପି ବର୍ଷା ଅନବରତ ଲାଗି ରହିଥିବାରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା। ପୂର୍ବରୁ ସରକାରୀ ଘୋଷଣା ପ୍ରକାରେ ସମସ୍ତ ଶିକ୍ଷାନୁଷ୍ଠାନ ୨୨ରୁ୨୪ ପର୍ଯ୍ୟନ୍ତ ଛୁଟି ରହିଥିବା ବେଳେ ତୁହାକୁତୁହା ବର୍ଷା ଯୋଗୁଁ ବିଭିନ୍ନ କାର୍ଯ୍ୟାଳୟ ସମେତ ବସଷ୍ଟାଣ୍ଡ ଓ ବଜାର ଆଦି ସ୍ଥାନରେ ଲୋକଙ୍କ ଗହଳି ଚହଳି ନାହିଁ କି ରାସ୍ତାଘାଟରେ ମଧ୍ୟ ବହୁଳ ଲୋକଙ୍କ ଯାତାୟାତ ଦେଖିବାକୁ ମିଳୁନାହିଁ । ବାତ୍ୟା ଜନିତ ବିପର୍ଯ୍ୟୟର ସାମନା କରିବାକୁ ସ୍ଥାନୀୟ ପ୍ରଶାସନ ପ୍ରସ୍ତୁତ ଥିବା ଜଣାଯାଇଛି।