ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପଦ୍ମ ବଜାର ମହାଲକ୍ଷ୍ମୀଙ୍କ ମୃଣ୍ମୟୀ ମୂର୍ତି ନିର୍ମାଣ ପାଇଁ ମାଟି ଅନୁକୂଳ

ଢେଙ୍କାନାଳ, 23/09/2026, ଉତ୍କଳ voice news - utkalvoicenews.com*( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :*
Article Image
ତା - ୨୩/୯ : ଢେଙ୍କାନାଳ ସହର ପଦ୍ମବଜାର ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନର ଆଜି ପବିତ୍ର ସୁନିଆ ଓ ବାମନ ଜନ୍ମ ଅବସରରେ ସ୍ଥାନୀୟ କମଗରା ଘାଟ ଠାରୁ ପୂଜାର୍ଚ୍ଚନା କରାଯାଇ ମା’ ମହାଲକ୍ଷ୍ମୀଙ୍କ ମୃଣ୍ମୟୀ ମୂର୍ତି ନିର୍ମାଣ ପାଇଁ ମାଟି ଅନୁକୂଳ କାର୍ଯ୍ୟକ୍ରମ ଶେଷ ହୋଇଯାଇଅଛି । ବଜାରର ସମସ୍ତ କର୍ମକର୍ତା ତଥା ସାହିବାସୀନ୍ଦା ସଂକୀର୍ତନ ବାଦ୍ୟ ଦ୍ବାରା ଘାଟରେ ପହଁଚି ବିଧ‌ି ଅନୁସାରେ ପୂଜା କରାଯାଇ ମାଟି ଅଣି ସହର ପରିକ୍ରମା ପୂର୍ବକ ପୂଜା ମଣ୍ଡପରେ ରଖାଯାଇଥିଲା । ପୂଜକ ସିଦ୍ଧେଶ୍ବର ତ୍ରିପାଠୀ ଓ କର୍ତା ବିଜୟ କୁମାର ସାହୁ ସମସ୍ତ ପୂଜାକୁ ସମ୍ପାଦନ କରିଥିଲେ । କାର୍ଯ୍ୟକାରୀ ସଭାପତି ସୁଶିଲ୍ କୁମାର ସାହୁ, ସଂପାଦକ ଅନିଲ୍ କୁମାର ଦାସ ଓ କମିଟିର ସମସ୍ତ କର୍ମକର୍ତା ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
6