ଢେଙ୍କାନାଳ, 23/09/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
ତା - ୨୩/୯: ସଦର ବ୍ଲକ୍ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ମା' ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ତରଫରୁ ଆଜି ପବିତ୍ର ସୁନିଆ ଓ ବାମନ ଜନ୍ମ ଅବସରରେ ସ୍ଥାନୀୟ କମଗରା ଘାଟ ଠାରୁ ଫଚ ଉପଚାରରେ ପୂଜାର୍ଚ୍ଚନା କରାଯାଇ ମା’ ମହାଲକ୍ଷ୍ମୀଙ୍କ ମୃଣ୍ମୟୀ ମୂର୍ତି ନିର୍ମାଣ ପାଇଁ ମୃତିକା ଆନୟନ କରାଯାଇଥିଲା । କମିଟିର ସମସ୍ତ ସଦସ୍ୟବୃନ୍ଦଙ୍କ ସହଯୋଗରେ ସଂକୀର୍ତନ ଦ୍ବାରା ଘାଟରେ ପହଁଚି ବିଧା ଅନୁସାରେ ପୂଜା କରାଯାଇ ମାଟି ଅଣି ସହର ପରିକ୍ରମା ପୂର୍ବକ ପୂଜା ମଣ୍ଡପରେ ରଖାଯାଇଥିଲା। ପୂଜକ ଶରତ ଚନ୍ଦ୍ର ଦାସ ଓ କର୍ତା ଦେବୀ ପ୍ରସାଦ ମହାନ୍ତି ସମସ୍ତ ପୂଜାକୁ ସମ୍ପାଦନ କରିଥିଲେ । ସଭାପତି ବନମାଳି ସାହୁ, ଉପସଭାପତି ପବିତ୍ର ବେହେରା, କୋଷାଧ୍ୟକ୍ଷ ସନ୍ତୋଷ, ଅବନୀ ଓ ଯଦୁମଣୀ, ସଦସ୍ୟ ଜିତେନ୍ଦ୍ର ସାହୁ, ଦେବାଶିଷ ବରାଳ, ବିଶ୍ୱଜିତ୍ ବ୍ରହ୍ମ, ଅକ୍ଷୟ ଘଡେଇ ଓ ପ୍ରତାପ ବରାଳ ପ୍ରମୁଖଙ୍କ ସମେତ ବହୁ ସଦସ୍ୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।