ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଆୟୁର୍ବେଦ ଶିବିରରେ ୫୦୦ରୁ ଊର୍ଦ୍ଧ୍ୱ ରୋଗୀ ଉପକୃତ

ଜଗତସିଂହପୁର, 24/09/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ସଦର ବ୍ଲକ ଅନ୍ତର୍ଗତ ଜାହାନପୁରସ୍ଥିତ ସୋମନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ନିଶୁଳ୍କ ଆୟୁର୍ବେଦ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ବିଭିନ୍ନ ବିଭାଗର ଅଭିଜ୍ଞ ଆୟୁର୍ବେଦ ଡାକ୍ତରମାନେ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକ ପରାମର୍ଶ ଓ ଚିକିତ୍ସା ପ୍ରଦାନ କରିଥିଲେ। ଏଥିସହ ରୋଗୀମାନଙ୍କୁ ମାଗଣାରେ ଔଷଧ ବିତରଣ କରାଯାଇଥିଲା। ଗ୍ରାମାଞ୍ଚଳରେ ଏଭଳି ନିଶୁଳ୍କ ଚିକିତ୍ସା ଶିବିର ଆୟୋଜନ ଦ୍ୱାରା ଅନେକ ଲୋକ ଉପକୃତ ହୋଇପାରିବେ ବୋଲି ଆୟୋଜକମାନେ କହିଛନ୍ତି। ଶିବିରରେ ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ ରୋଗୀ ଚିକିତ୍ସିତ ହୋଇ ଉପକୃତ ହୋଇଥିବା ଜଣାପଡ଼ିଛି। ଆଗାମୀ ଦିନରେ ମଧ୍ୟ ଏଭଳି ଜନସେବାମୂଳକ ଚିକିତ୍ସା କାର୍ଯ୍ୟକ୍ରମ ଜାରି ରହିବ ବୋଲି ଡାକ୍ତରମାନେ କହିଛନ୍ତି।
20