ଏରସମା, 24/09/2026, ଉତ୍କଳ voice news - utkalvoicenews.com(ଏରସମାରୁ ଅଂଶୁମାନ ମିଶ୍ରଙ୍କ ରିପୋର୍ଟ) :

ଏରସମା ବ୍ଲକ ବିଜୁ ଜନତା ଦଳ (ବିଜେଡି)ର ମହିଳା ସଭାପତି ଭାବେ ଦଳର ଦୃଢ଼ ସଂଗଠକ ପ୍ରଦାୟିନୀ ମହାନ୍ତିଙ୍କୁ ମନୋନୀତ କରାଯାଇଛି। ସେ ପୂର୍ବରୁ ଏରସମା ବ୍ଲକ ଅନ୍ତର୍ଗତ ବାମଦେଇପୁର ପଞ୍ଚାୟତର ସରପଞ୍ଚ ଭାବେ କାର୍ଯ୍ୟ କରିଥିଲେ।
ଦଳ ପକ୍ଷରୁ ତାଙ୍କ କାର୍ଯ୍ୟଶୈଳୀ ଓ ସଂଗଠନ କ୍ଷମତା ଉପରେ ଆସ୍ଥା ପ୍ରକଟ କରି ଏହି ଦାୟିତ୍ୱ ଦିଆଯାଇଥିବାରୁ ଶ୍ରୀମତୀ ମହାନ୍ତି ଦଳୀୟ ନେତୃବୃନ୍ଦଙ୍କୁ କୃତଜ୍ଞତା ଜଣାଇଛନ୍ତି। ନୂତନ ଦାୟିତ୍ୱ ପାଇବା ପରେ ମହିଳାମାନଙ୍କୁ ସଂଗଠିତ କରି ଏରସମା ବ୍ଲକରେ ଦଳୀୟ ସଂଗଠନକୁ ଆହୁରି ସୁଦୃଢ଼ କରିବା ନେଇ ସେ କହିଛନ୍ତି।
ଜଗତସିଂହପୁର ଜିଲ୍ଲା ମହିଳା କମିଟିର ନୂତନ ଦାୟିତ୍ୱ ଘୋଷଣା ପରେ ଏରସମା ବ୍ଲକ ମହିଳା ସଭାପତି ଭାବେ ତାଙ୍କ ନାମ ଘୋଷଣା ହୋଇଛି। ଏହି ଅବସରରେ ଶ୍ରୀମତୀ ମହାନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ, ରାଜ୍ୟ ମହିଳା ସଭାପତି ସ୍ନେହାଙ୍ଗିନୀ ଛୁରିଆ, ଜିଲ୍ଲା ମହିଳା ସଭାପତି ଲୋରା ମହାପାତ୍ର, ବାଲିକୁଦା-ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା, ଜିଲ୍ଲା ବିଜେଡି ସଭାପତି ପ୍ରଶାନ୍ତ କୁମାର ମୁଦୁଲି ଓ ଏରସମା ବ୍ଲକ ବିଜେଡି ସଭାପତି ପୀତବାସ ଗୋଛାୟତଙ୍କ ସମେତ ଦଳୀୟ ନେତୃବୃନ୍ଦ ଓ ଅଞ୍ଚଳବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ନୂତନ ଦାୟିତ୍ୱ ପାଇଥିବାରୁ ଅଞ୍ଚଳବାସୀଙ୍କ ପକ୍ଷରୁ ଶ୍ରୀମତୀ ମହାନ୍ତିଙ୍କୁ ଶୁଭେଚ୍ଛା ଜଣାଯାଇଛି।