ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିରଞ୍ଚିନାରାୟଣ ମନ୍ଦିରରେ ଦୋଳ ମେଲଣ ଉତ୍ସବ

ବୁଗୁଡ଼ା, 12/03/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର ଫଗୁଦଶମୀ ଠାରୁ ବୁଗୁଡ଼ାସ୍ଥିତ ଶ୍ରୀ ବିରଞ୍ଚିନାରାୟଣ ମନ୍ଦିରରେ ଦୋଳ ମେଲଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଫଗୁଦଶମୀରେ ମନ୍ଦିରରେ ରାଧାକୃଷ୍ଣ ଙ୍କ ଫଗୁଖେଳ ଏବଂ ଏକାଦଶୀରେ ବେଢା ପରିକ୍ରମା କାର୍ଯ୍ୟକ୍ରମ ଯଥା ରୀତିନୀତି ପ୍ରକାରେ ଅନୁଷ୍ଠିତ ହୋଇଥିଲା ବେଳେ ଦ୍ୱାଦଶୀ ଠାରୁ ପ୍ରତେକ ସନ୍ଧ୍ୟାରେ ଶ୍ରୀ ବିରଞ୍ଚିନାରାୟଣ ମନ୍ଦିରରୁ ରାଧାକୃଷ୍ଣଙ୍କୁ ଦୋଳବିମାନରେ ଅଧିଷ୍ଠାନ କରାଇ ବାଦ୍ୟ ବାଜଣା ସହ ନଗର ଭ୍ରମଣ କରାଯାଉଥିବା ବେଳେ ଠାକୁର ଦର୍ଶନ ସହ କୃପା ଭିକ୍ଷା ପାଇଁ ମନ୍ଦିର ପରିସରରେ ଶ୍ରଦ୍ଧାଳୁ ଙ୍କ ସମାବେଶ ଦେଖିବାକୁ ମିଳୁଛି l ଉକ୍ତ ଉତ୍ସବ ଅବସରରେ ପବିତ୍ର ଫାଲଗୁନ ଶୁକ୍ଳ ଚତୁର୍ଦଶୀ ତିଥିରେ ହୋଲିକା ଦହନ ବା ରାଜାଗ୍ନୀ କାର୍ଯ୍ୟକ୍ରମ ଏବଂ ପୂର୍ଣ୍ଣମୀ ତିଥିରେ ବୁଗୁଡ଼ା ବଡଦାଣ୍ଡ ଠାରେ ଦୋଳ ମିଳଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଶ୍ରୀ ବିରଞ୍ଚିନାରାୟଣ ମନ୍ଦିର ମଠ ମହନ୍ତ ଭକ୍ତରାମ ଦାଶ ଙ୍କ ତତ୍ୱାବଧାନରେ ଉକ୍ତ ଉତ୍ସବ ଅବସରରେ ଠାକୁରଙ୍କ ପୂଜାପାଠ ରୀତିନୀତି ପ୍ରକାରେ ପୂଜାରୀ ଉମାକାନ୍ତ ଦାଶଙ୍କ ଦ୍ୱାରା ସମ୍ପାଦନ ହେଉଅଛି l ସେହିପରି ବଳଦେବଜୀଉ ମନ୍ଦିରରେ ପୂଜାପାଉଥିବା ଦୋଳ ଗୋବିନ୍ଦଙ୍କ ଯାତ୍ରା ସହ ଠାକୁରଙ୍କ ନଗର ପରିକ୍ରମା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।
Article Image
1