ପାରାଦୀପ, 24/09/2026, ଉତ୍କଳ voice news - utkalvoicenews.com(ପାରାଦୀପ, କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ)
ତା. ୨୩/୦୯/୨୦୨୬ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବିଷଣ ଅବପାତର ପ୍ରଭାବରେ ସମୁଦ୍ର ଅଶାନ୍ତ ହୋଇପଡ଼ିଛି। ତୀବ୍ର ପବନ, ଉଚ୍ଚ ଜୁଆର ଓ ପ୍ରତିକୂଳ ପାଣିପାଗ ଯୋଗୁଁ ସମୁଦ୍ରରେ ଥିବା ମତ୍ସ୍ୟଜୀବୀଙ୍କ ମଧ୍ୟରେ ସୁରକ୍ଷା ନେଇ ଚିନ୍ତା ବଢ଼ିଛି। ଏହି ପ୍ରତିକୂଳ ପାଣିପାଗ ଯୋଗୁଁ ଆନ୍ଧ୍ରପ୍ରଦେଶର ମାଛଧରା ବୋଟ୍ଗୁଡ଼ିକ ନିଜ ଗନ୍ତବ୍ୟସ୍ଥଳକୁ ଫେରିପାରିନାହାନ୍ତି। ଫଳରେ ପ୍ରଥମ ପର୍ଯ୍ୟାୟରେ ୨୮ଟି ଏବଂ ପରେ ଆଉ ୮ଟି ମିଶି ମୋଟ ୩୬ଟି ଆନ୍ଧ୍ରପ୍ରଦେଶର ମାଛଧରା ବୋଟ୍ ପାରାଦୀପରେ ଆଶ୍ରୟ ନେଇଛି।
ଏହି ବୋଟ୍ଗୁଡ଼ିକରେ ଥିବା ପ୍ରାୟ ୩୦୦ ଜଣ ମତ୍ସ୍ୟଜୀବୀ ପାରାଦୀପରେ ସୁରକ୍ଷିତ ଭାବେ ରହିଥିବା ଜଣାପଡ଼ିଛି। ସମୁଦ୍ରର ପରିସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ସେମାନେ ଏଠାରେ ଆଶ୍ରୟ ନେଇଛନ୍ତି। ବିଷଣ ଅବପାତ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଥିବାରୁ ମତ୍ସ୍ୟଜୀବୀମାନେ ପାଣିପାଗ ବିଭାଗର ସତର୍କତାକୁ ଗୁରୁତ୍ୱ ଦେଇ ସମୁଦ୍ରକୁ ନଯିବା ଏବଂ ପ୍ରତିକୂଳ ପାଣିପାଗ ସମୟରେ ସୁରକ୍ଷିତ ସ୍ଥାନରେ ରହିବା ଜରୁରୀ ହୋଇପଡ଼ିଛି।
ବର୍ତ୍ତମାନ ମତ୍ସ୍ୟଜୀବୀଙ୍କ ସୁରକ୍ଷା ହିଁ ପ୍ରାଥମିକତା। ପାଣିପାଗ ପରିସ୍ଥିତି ସ୍ୱାଭାବିକ ହେବା ପରେ ହିଁ ସେମାନଙ୍କର ପରବର୍ତ୍ତୀ ଯାତ୍ରା ନେଇ ନିଷ୍ପତ୍ତି ହେବ।