ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା: ମିଳିତ କମିଟିର ବୈଠକ

ଢେଙ୍କାନାଳ, 25/09/2026, ଉତ୍କଳ voice news - utkalvoicenews.com(ଢେଙ୍କାନାଳରୁ ଶୁଭମ୍ ପାଣିଙ୍କ ରିପୋର୍ଟ) :
Article Image
ତା. ୨୪/୦୯/୨୦୨୬: ଚଳିତ ବର୍ଷର ପ୍ରସିଦ୍ଧ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାକୁ ସୁଚାରୁରୂପେ ପରିଚାଳନା କରିବା ନେଇ ମିଳିତ ପୂଜା କମିଟିର ଏକ ବୈଠକ ସ୍ଥାନୀୟ ସୂର୍ଯ୍ୟ ମଣ୍ଡପଠାରେ ଅନୁଷ୍ଠିତ ହୋଇଛି।
Article Image
ମୀନା ବଜାର ପୂଜା କମିଟି ସଭାପତି ତଥା ମିଳିତ ପୂଜା କମିଟିର ଆବାହକ ରବିନାରାୟଣ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ସହରର ୪୧ଟି ପୂଜା ମଣ୍ଡପର ସଭାପତି ଓ ସମ୍ପାଦକ ଯୋଗଦେଇଥିଲେ। ବୈଠକରେ ମିଳିତ ପୂଜା କମିଟି ସମ୍ପାଦକ ତଥା ମୀନା ବଜାର ପୂଜା କମିଟି ସମ୍ପାଦକ ପିତବାସ ସାହୁ ଗତ ୨୦୨୫ ମସିହାର ବିବରଣୀ ପାଠ କରିଥିଲେ। ଏହାପରେ ଚଳିତ ବର୍ଷ ପାଇଁ ରାମଚନ୍ଦ୍ର ପାତ୍ରଙ୍କୁ ମିଳିତ ପୂଜା କମିଟିର ସଭାପତି ଭାବେ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା। ପୂଜା ପୂର୍ବରୁ ବିଭିନ୍ନ ପୂଜା ମଣ୍ଡପ ଅଞ୍ଚଳରେ ରହିଥିବା ସମସ୍ୟାର ତୁରନ୍ତ ସମାଧାନ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ସହରର ବିଦ୍ୟୁତ୍ ବ୍ୟବସ୍ଥା, ରାସ୍ତାଘାଟ ଓ ଅନ୍ୟାନ୍ୟ ଆବଶ୍ୟକତା ସମ୍ପର୍କରେ ଜିଲ୍ଲା ପ୍ରଶାସନଙ୍କ ନିକଟରେ ଦାବି ଉପସ୍ଥାପନ କରି ପୂଜା ପୂର୍ବରୁ ସମସ୍ତ କାର୍ଯ୍ୟ ସମ୍ପାଦନ କରିବା ନେଇ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ବୈଠକରେ ପୂର୍ବତନ ସଭାପତି ରୁଦ୍ର ନାରାୟଣ ତ୍ରିପାଠୀଙ୍କ ସମେତ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ଉପସ୍ଥିତ ଥିଲେ। ଶେଷରେ ନବନିର୍ବାଚିତ ସଭାପତି ଧନ୍ୟବାଦ ଅର୍ପଣ କରିବା ପରେ ବୈଠକର ସମାପ୍ତି ଘୋଷଣା କରାଯାଇଥିଲା।
4