ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

‘ବନ୍ଦେ ମାତରମ୍‌’ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ‘ନମାମି ଭାରତଂ’

ଜଗତସିଂହପୁର, 25/09/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରିତା ସାହୁ ଙ୍କ ରିପୋର୍ଟ ) :
Article Image
ତା.୨୫/୦୯: ଜଗତସିଂହପୁର ବ୍ଲକ ଅନ୍ତର୍ଗତ ତୁମ୍ବା ଅଣ୍ଢେଇସାହି ଗ୍ରାମ ପଞ୍ଚାୟତର କୋର୍ତ୍ତଲସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ ବିଦ୍ୟା ଭାରତୀ ପକ୍ଷରୁ ‘ନମାମି ଭାରତଂ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶିକ୍ଷାବିତ ତଥା ସଭାପତି ବଂଶୀଧର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ କରିବା ସହ ଭାରତ ମାତାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସଭାପତି ଶ୍ରୀ ଆଚାର୍ଯ୍ୟ ‘ବନ୍ଦେ ମାତରମ୍‌’ କବିତାର ୧୫୦ ବର୍ଷ ପୂର୍ତ୍ତି ଏବଂ କବି ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ। ବରିଷ୍ଠ ରାଜନୀତି ବିଜ୍ଞାନ ଅଧ୍ୟାପକ ଲକ୍ଷ୍ମୀଧର ପ୍ରଧାନ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ‘ବନ୍ଦେ ମାତରମ୍‌’ କବିତାର ଆଭିମୁଖ୍ୟ, ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ପ୍ରାକ୍ତନ ପ୍ରଧାନ ଆଚାର୍ଯ୍ୟ ପ୍ରସନ୍ନ କୁମାର ମିଶ୍ର ସ୍ୱାଧୀନତା ସଂଗ୍ରାମରେ ‘ବନ୍ଦେ ମାତରମ୍‌’ର ପ୍ରେରଣାଦାୟକ ଭୂମିକା ସମ୍ପର୍କରେ କହିଥିଲେ। ସଚ୍ଚିଦାନନ୍ଦ ମହାନ୍ତି, ବିଜୟ କୁମାର କାନୁନଗୋ, ବିଜୟ କୁମାର ଦାସ ପ୍ରମୁଖ ଯୋଗଦେଇ ସ୍ୱାଧୀନତା ଆନ୍ଦୋଳନରେ ବିଭିନ୍ନ ଦେଶାତ୍ମବୋଧକ କବିତା ଓ ଗୀତର ଭୂମିକା ବର୍ଣ୍ଣନା କରିଥିଲେ। ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପରିଡ଼ା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆଚାର୍ଯ୍ୟା ମମତା ନାଥ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଆଚାର୍ଯ୍ୟ-ଆଚାର୍ଯ୍ୟା, ଶିଶୁ ଭାଇ-ଭଉଣୀ ଓ ଅଭିଭାବକ-ଅଭିଭାବିକାମାନେ ଉପସ୍ଥିତ ଥିଲେ।
4