ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ପାଳିତ

ବୁଗୁଡ଼ା, 25/09/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ଭାରତୀୟ ଜନତା ଯୁବମୋର୍ଚ୍ଚା, ଘୁମୁସର(ଭଞ୍ଜନଗର) ସାଂଗଠାନିକ ଜିଲ୍ଲାର ବୁଗୁଡ଼ା ନଗର ପକ୍ଷରୁ ମହାନ ବିଚାରକ, ଅନ୍ତ୍ୟୋଦୟର ପ୍ରଣେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ବୁଗୁଡ଼ା ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି।ଏହି ସମାରୋହରେ ପ୍ରାରମ୍ଭରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଫୋଟୋଚିତ୍ରରେ ଧୂପ, ଦୀପ ପ୍ରଜ୍ଜ୍ୱଳନ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର (ରିଙ୍କୁ), ବିଜେପି ବୁଗୁଡ଼ା ନଗର ସଭାପତି ଶ୍ରୀ କେଦାରନାଥ ମହାରଣା, ବୁଗୁଡ଼ା ନଗର ବିଧାୟକ ପ୍ରତିନିଧି ଶ୍ରୀ ୟୁ. ଯଜ୍ଞ ନାରାୟଣ ପାତ୍ର ଙ୍କ ସମେତ ବିଜେପି ଓ ଯୁବମୋର୍ଚ୍ଚାର ବହୁ ଦଳୀୟ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।ଉପସ୍ଥିତ ନେତୃବୃନ୍ଦ ପଣ୍ଡିତଜୀଙ୍କ ପ୍ରଣୀତ 'ଏକାତ୍ମ ମାନବବାଦ' ଓ 'ଅନ୍ତ୍ୟୋଦୟ' ବିଚାରଧାରା ଉପରେ ଆଲୋକପାତ କରିଥିଲେ। ସମାଜର ଶେଷ ଧାଡ଼ିରେ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ବିକାଶର ସୁଫଳ ପହଞ୍ଚାଇବା ଏବଂ ସେମାନଙ୍କର ସାର୍ବାଙ୍ଗୀନ ଉନ୍ନତି କରିବା ହିଁ ପଣ୍ଡିତଜୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ।
3