ଏରସମା, 25/09/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ଭାରତୀୟ ଜନସଂଘର ସଂସ୍ଥାପକ, ଏକାତ୍ମ ମାନବବାଦ ଓ ଅନ୍ତ୍ୟୋଦୟର ପ୍ରଣେତା ତଥା ମହାନ ସଙ୍ଗଠନକର୍ତ୍ତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ଏରସମାସ୍ଥିତ ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି।
ଏହି ଅବସରରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପ୍ରତିମୂର୍ତ୍ତି ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା। ତାଙ୍କର ଆଦର୍ଶ, ସଂଘର୍ଷ, ସେବାଭାବ ଓ ରାଷ୍ଟ୍ର ପ୍ରତି ସମର୍ପଣ ଆଜି ମଧ୍ୟ ସମସ୍ତଙ୍କୁ ପ୍ରେରଣା ଯୋଗାଉଛି ବୋଲି ଉପସ୍ଥିତ ନେତା ଓ କର୍ମକର୍ତ୍ତାମାନେ ମତ ପ୍ରକାଶ କରିଥିଲେ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ଓବିସି ମୋର୍ଚ୍ଚା ର ଉପସଭାପତି ନୃସିଂହ ଚରଣ ସାହୁ,ବରିଷ୍ଠ ବିଜେପି ନେତା ତପନ ବେହେରା, ଏରସମା ବ୍ଲକ ସାଂସଦ ଙ୍କ ପ୍ରତିନିଧି ଜଟାଧାରୀ ସ୍ୱାଇଁ, ଅଜୟ କୁମାର ସ୍ୱାଇଁ, ନୃସିଂହ ସେଠି, ତୁଷାର କାନ୍ତ ନାୟକ ଓ ନିତ୍ୟାନନ୍ଦ ମଲ୍ଲିକଙ୍କ ସମେତ ଦଳୀୟ କର୍ମକର୍ତ୍ତା ଓ ସମର୍ଥକମାନେ ଉପସ୍ଥିତ ଥିଲେ।