ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୃଦ୍ଧାଙ୍କୁ ନ୍ୟାୟ ଦେଲା ପ୍ରଶାସନ

କୁଜଙ୍ଗ , 25/09/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ତା. ୨୪/୦୯/୨୦୨୬ : କୁଜଙ୍ଗ ବ୍ଲକ ଅନ୍ତର୍ଗତ ସାହାଣା ଗ୍ରାମର ବାସନ୍ତୀ ପ୍ରଧାନ (୭୦) ଦୀର୍ଘଦିନ ଧରି ପୁଅ ଓ ବୋହୂଙ୍କ ଦ୍ୱାରା ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ ହୋଇଥିଲା। ଘରେ ରହିବା ସତ୍ତ୍ୱେ ନିଜ ପୁଅ-ବୋହୂଙ୍କଠାରୁ ଉପଯୁକ୍ତ ଯତ୍ନ ଓ ଭରଣପୋଷଣ ନପାଇ ସେ ଅସହାୟ ହୋଇପଡ଼ିଥିଲେ। ଏନେଇ ବାସନ୍ତୀ ନିଜର ଅଭିଯୋଗ ଜଣାଇ ନ୍ୟାୟ ପାଇଁ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗର ଶୁଣାଣି କରି ସମ୍ପୃକ୍ତ ପକ୍ଷଙ୍କୁ ଡକାଇ ପ୍ରଶାସନ ପକ୍ଷରୁ ଘଟଣାର ସମାଧାନ ପାଇଁ ପଦକ୍ଷେପ ନିଆଯାଇଥିଲା। ମାଆଙ୍କ ଅଭିଯୋଗର ଶୁଣାଣି ପରେ ପୁଅ ଓ ବୋହୂଙ୍କୁ ମାଆଙ୍କ ଭରଣପୋଷଣ ଓ ଯତ୍ନ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହ ଭବିଷ୍ୟତରେ ତାଙ୍କ ପ୍ରତି କୌଣସି ପ୍ରକାର ନିର୍ଯାତନା ନଦେବାକୁ କଡ଼ା ଭାବେ ତାଗିଦ୍ କରାଯାଇଥିଲା। ପ୍ରଶାସନର ଏହି ପଦକ୍ଷେପ ପରେ ବୃଦ୍ଧା ମାଆ ନ୍ୟାୟ ପାଇଥିବାରୁ ଆଶ୍ୱସ୍ତି ପ୍ରକାଶ କରିଛନ୍ତି। ଅସହାୟ ବୃଦ୍ଧବୃଦ୍ଧାଙ୍କ ସୁରକ୍ଷା ଓ ଅଧିକାର ପ୍ରତି ପ୍ରଶାସନର ଏଭଳି ପଦକ୍ଷେପ ସାଧାରଣରେ ପ୍ରଶଂସା ପାଇଛି।
4