ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଭାଙ୍ଗିଲା ବଡ଼ଙ୍ଗ ଗାଁ ପୋଲ, ବଢ଼ିଲା ଯାତାୟାତ ସମସ୍ୟା

କୁଜଙ୍ଗ / ବଡ଼ଙ୍ଗ ଗାଁ, 26/09/2026, ଉତ୍କଳ voice news - utkalvoicenews.com (ପାରାଦୀପ, କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ) :
Article Image
ତାରିଖ: ୨୫/୦୯/୨୦୨୬ : କୁଜଙ୍ଗ ଅଞ୍ଚଳର ବଡ଼ଙ୍ଗ ଗାଁରେ ଭାଙ୍ଗିଯାଇଥିବା ପୋଲ ଯୋଗୁଁ ଯାତାୟାତ ସମସ୍ୟା ଦେଖାଦେଇଛି। ଏହି ରାସ୍ତା ଉପରେ ଦୈନିକ ଗ୍ରାମବାସୀଙ୍କ ସମେତ ବିଭିନ୍ନ ଅଞ୍ଚଳର ଲୋକେ ନିର୍ଭର କରୁଥିବାରୁ ପୋଲର ଦୁରବସ୍ଥା ନେଇ ଅଞ୍ଚଳବାସୀ ଚିନ୍ତା ପ୍ରକାଶ କରିଛନ୍ତି।
Article Image
ବିଶେଷକରି ବର୍ଷା ସମୟରେ ଭଙ୍ଗା ପୋଲ ଦେଇ ଯାତାୟାତ କରିବାରେ ଅସୁବିଧା ବଢ଼ୁଥିବା ଅଭିଯୋଗ ହୋଇଛି।
Article Image
ଛାତ୍ରଛାତ୍ରୀ, ବୃଦ୍ଧ, ମହିଳାଙ୍କ ସମେତ ସାଧାରଣ ଲୋକେ ମଧ୍ୟ ଏହି ରାସ୍ତାରେ ଯାତାୟାତ ସମୟରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
Article Image
ପୋଲର ମରାମତି ସହ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରି ଯାତାୟାତକୁ ସ୍ୱାଭାବିକ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏଥିସହ ଭବିଷ୍ୟତରେ ସମସ୍ୟା ନହେବା ପାଇଁ ଏଠାରେ ଏକ ମଜବୁତ ଓ ଦୀର୍ଘସ୍ଥାୟୀ ପୋଲ ନିର୍ମାଣ ପାଇଁ ମଧ୍ୟ ଦାବି ହୋଇଛି।
Article Image
ଏନେଇ ସ୍ଥାନୀୟ ଲୋକେ ପ୍ରଶାସନ ଓ ସମ୍ପୃକ୍ତ ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି। ତୁରନ୍ତ ଆବଶ୍ୟକ ପଦକ୍ଷେପ ନିଆଯାଇ ପୋଲ ସମସ୍ୟାର ସ୍ଥାୟୀ ସମାଧାନ କରାଗଲେ ଅଞ୍ଚଳବାସୀଙ୍କ ଯାତାୟାତ ଅସୁବିଧା ଦୂର ହେବ ବୋଲି ଆଶା ପ୍ରକାଶ ପାଇଛି।
Article Image
4