ପାରାଦୀପ ଗଡ, 14/03/2025, ଉତ୍କଳ voice news - utkalvoicenews.com
ଜଗତସିଂହପୁର ଜିଲ୍ଲା, କୁଜଙ୍ଗ ବ୍ଲକ୍, ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ରେ ପାରାଦୀପ ତୈଳ ବିଶୋଧନାଗାର ସହାୟତାରେ ଚୂନ-କତକୁଲl ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ରେ ଏକ ମେଗା ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଟିତ ହୋଇଯାଇଛି l ଉକ୍ତ ସ୍ବାସ୍ଥ୍ୟ ସେବା ଶିବିର ରେ ବରିଷ୍ଟ ଡାକ୍ତର ନିତ୍ୟାନନ୍ଦ ମହାପାତ୍ର ଓ ଡାକ୍ତର ଶ୍ରୀ ରାଜେଶ ଲେଙ୍କା ଯୋଗଦେଇ ୩୧୫ ଜଣ ରୋଗୀ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ମାଗଣା ରେ ଔଷଧ ଯୋଗାଇ ଦେଇଥିଲେ , ଉକ୍ତ ଶିବିର କୁ ଷ୍ଟାଫ୍ ନର୍ସ ଜୟନ୍ତୀ ମହାନ୍ତି, ରାଜଶ୍ରୀ ପ୍ରଧାନ, ଫାରମାସିଷ୍ଟି ଅଭିଷେକ ବଳ, ମହମ୍ମଦ ଆଫ୍ଟାବଲମ୍ ଖାଁ, ରାକେଶ ରଂଜନ ମହାରଣା ଏବଂ କ୍ୟାମ୍ପ ସଂଗଠକ ଶ୍ରୀ ନିର୍ମଳ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ସଂଯୋଜନା କରିଥିଲେ l ଆଇନଜୀବୀ ସଞ୍ଜୟ କୁମାର ବେହେରା, ଚନ୍ଦ୍ର ଶେଖର ଚୌଧୁରୀ, ଅନନ୍ତ ବିଶ୍ଵାଳ, ବିଚିତ୍ର ପ୍ରଧାନ, ୱାର୍ଡ ସଭ୍ୟା ଶକୁନ୍ତଳା ସ୍ୱାଇଁ ଓ ରେବତୀ ସ୍ୱାଇଁ, ଗୌରାଙ୍ଗ ମହାପାତ୍ର, ଜ୍ୟୋତି ରଂଜନ ସୁତାର ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ପ୍ରତି ମାସରେ ପଂଚାୟତ ର ବିଭିନ୍ନ ଗ୍ରାମରେ ଏହିପରି ଉନ୍ନତ ମାନର ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଆୟୋଜନ କରାଯିବ ବୋଲି ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ପ୍ରକାଶ କରିଥିଲେ l