ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଆଶା କର୍ମୀ ଆଲୋକ ରଶ୍ମି ପଳାଉରଙ୍କୁ ରାଜ୍ୟସ୍ତରୀୟ ସମ୍ମାନ

ଜଗତସିଂହପୁର, 26/09/2026, ଉତ୍କଳ voice news - utkalvoicenews.com(ଅଂଶୁମାନ ମିଶ୍ରଙ୍କ ରିପୋର୍ଟ) :
Article Image
ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଆଳିପିଙ୍ଗଳ ପଞ୍ଚାୟତର ଆଶା କର୍ମୀ ଶ୍ରୀମତୀ ଆଲୋକ ରଶ୍ମି ପଳାଉରଙ୍କୁ ରାଜ୍ୟସ୍ତରରେ ସମ୍ମାନିତ କରାଯାଇଛି। ମା’ ଓ ନବଜାତ ଶିଶୁଙ୍କୁ ନିରବଚ୍ଛିନ୍ନ ସ୍ୱାସ୍ଥ୍ୟସେବା ଯୋଗାଇବା ସହ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି। ଦୈନିକ ‘ସମ୍ବାଦ’ର ପୂର୍ବତନ ପ୍ରକାଶକ ସ୍ୱର୍ଗତ ବିଜୟ କୁମାର ପଟ୍ଟନାୟକଙ୍କ ଷଷ୍ଠ ଶ୍ରାଦ୍ଧବାର୍ଷିକୀ ଅବସରରେ ଭୁବନେଶ୍ୱରସ୍ଥିତ ବିଜୟ କୁମାର ପଟ୍ଟନାୟକ ମେମୋରିଆଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ତାଙ୍କୁ ‘ବିଜୟ ପଟ୍ଟନାୟକ ମେମୋରିଆଲ ଆୱାର୍ଡ–୨୦୨୬’ ପ୍ରଦାନ କରାଯାଇଛି। ଏହି ସମ୍ମାନ ତାଙ୍କର ନିଷ୍ଠାପର ସେବା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅବଦାନକୁ ସ୍ୱୀକୃତି ଦେବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛି। ସମ୍ମାନ ପ୍ରଦାନ ସମାରୋହରେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ଟ୍ରଷ୍ଟି ଅଜୟ କୁମାର ପଟ୍ଟନାୟକ, ବିଧାୟକ ଗୌତମ ବୁଦ୍ଧ ଦାସ, ମେୟର ସୁଲୋଚନା ଦାସ, ସ୍ୱାମୀ ସୁଧାନନ୍ଦ ସରସ୍ୱତୀ ଏବଂ ‘ପ୍ରମେୟ’ର ସମ୍ପାଦକ ଗୋପାଳ କୃଷ୍ଣ ମହାପାତ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।
6