ବୁଗୁଡ଼ା, 26/09/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ କରସିଙ୍ଗି ସ୍ଥିତ ଭାଗବତ ମନ୍ଦିର ପରିସରରେ ଭକ୍ତିମୟ ପରିବେଶ ମଧ୍ୟରେ ଭାଗବତ ଜନ୍ମ ପାଳିତ ହୋଇଯାଇଛି। ଏହି ଅବସରରେ ମନ୍ଦିରକୁ ଆକର୍ଷଣୀୟ ଭାବେ ସଜାଯାଇଥିଲା। ସକାଳରୁ ଭାଗବତ ପୂଜା, ଗ୍ରନ୍ଥ ବନ୍ଦନା, ଦୀପ ପ୍ରଜ୍ୱଳନ କରି ଭାଗବତ ପାଠର ଆୟୋଜନ କରାଯାଇଥିଲା। ପୂଜକ ଭାବେ ଦୁର୍ଗାମାଧବ ଦାସ ଓ ସରୋଜ ଦାସ ଯୋଗଦେଇ ଭାଗବତ ପାଠ,ପୂଜାର୍ଚ୍ଚନା ଓ ହୋମ କାର୍ଯ୍ୟ କରିଥିଲେ।ସନ୍ଧ୍ୟା ସମୟରେ ହୋମ କାର୍ଯ୍ୟ ପରେ ଘଣ୍ଟ ମୃଦଙ୍ଗ ବାଦ୍ୟରେ ଭାଗବତ ଠାକୁରଙ୍କୁ ଗ୍ରାମ୍ୟ ଭ୍ରମଣ କରାଯାଇଥିଲା।ଭାଗବତ ଜନ୍ମ ଭାଦ୍ରବ ପୂର୍ଣ୍ଣିମା ଅବସରରେ ପାଳିତ ହୋଇଥାଏ ଏବଂ ଓଡ଼ିଶାରେ ଏହାର ବିଶେଷ ଧାର୍ମିକ ମହତ୍ତ୍ୱ ରହିଥିବାରୁ ଉତ୍ସବରେ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଓ ଭକ୍ତମାନେ ଯୋଗଦେଇ ଆଧ୍ୟାତ୍ମିକ ପରିବେଶର ଠାକୁରଙ୍କ ଦର୍ଶନ କରିଥିଲେ। ଶେଷରେ ପ୍ରସାଦ ସେବନ ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା।