ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜଗତସିଂହପୁର ପୋଲିସ ପକ୍ଷରୁ ଡିଜେ ଜବତ

ଜଗତସିଂହପୁର, 27/09/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ) :
Article Image
ଜଗତସିଂହପୁର ରେ ଡିଜେ ଗାଡିକୁ ସିଜ କଲା ପୋଲିସ । ତେବେ ଭଦ୍ରକ ବାସୁଦେବପୁର ରୁ ମଣ୍ଡାସାହି ତର୍ତ୍ତଙ୍ଗ ଗଣେଶ ଭଷାଣି ପାଇଁ ଆସିଥିଲା ଡିଜେ । ଉଚ୍ଚ ଶବ୍ଦ ରେ ଡିଜେ ବାଜିବାରୁ ସିଜ କରିଛି ପୋଲିସ ।ଜଗତସିଂହପୁର ଜିଲ୍ଲା ଲାଇଟ ସାଉଣ୍ଡ ଆସୋସିଏସନ ପକ୍ଷରୁ ବିରୋଧ କରାଯାଇଛି। ଏନେଇ ଜଗତସିଂହପୁର ଥାନାରେ ଅଭିଯୋଗ ପରେ ପୋଲିସ ପକ୍ଷରୁ ରାତି 12 ସୁଦ୍ଧା ଡିଜେ ଗାଡି କୁ ପୋଲିସ ଜବତ କରି ଥାନାରେ ରଖିଛି । ତେବେ ଜଗତସିଂହପୁର ଜିଲ୍ଲା ଲାଇଟ ସାଉଣ୍ଡ ଆସୋସିଏସନ ପକ୍ଷରୁ ଏହାକୁ ବିରୋଧ କରାଯାଇଛି ।
Article Image
ଜଗତସିଂହପୁର ଜିଲ୍ଲା ପ୍ରଶାସନ ର୍ ନିୟମ ଅନୁଯାୟୀ ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ସହିତ ଭାଷାଣି ଉତ୍ସବ ଚାଲିଥିବା ବେଳେ ବାହାର ଜିଲ୍ଲା ର୍ ଡିଜେ ଆସି ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି । ତେବେ ଜଟଣୀ ଗଣେଶ ଭାଷାଣି ଅଘଟଣ ପରେ ଡିଜେ ମାଲିକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଜିଲ୍ଲା ଲାଇଟ ସାଉଣ୍ଡ ଆସୋସିଏସନ ସଂଘ ।
5