ତିର୍ତ୍ତୋଲ, 27/09/2026, ଉତ୍କଳ voice news - utkalvoicenews.com ( ତିର୍ତ୍ତୋଲ ରୁ ଜଗନ୍ନାଥ ପ୍ରସାଦ ସାହୁ ) :
_1790526785.jpg)
ତା - (୨୭/୯) - ଆଜି ପ୍ରମୁଖ ସମ୍ବାଦପତ୍ର "ତୀର୍ଥକ୍ଷେତ୍ର " ର ଜଗତସିଂହପୁର ର ଜିଲ୍ଲା ର ସମସ୍ତ ସାମ୍ବାଦିକ ମାନଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ ବୈଠକ ଓ ବନ୍ଧୁମିଳନ ତିର୍ତ୍ତୋଲ ବୀଣାପାଣି ମଣ୍ଡପ ରେ ଅନୁଷ୍ଠିତ ହୋଇଯାଇଛି ! ଜିଲ୍ଲା ପ୍ରତିନିଧି ବିପିନ କୁମାର ସେଠି ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ତୀର୍ଥକ୍ଷେତ୍ର ର ମୁଖ୍ୟ ସମ୍ପାଦକ ଶ୍ରୀଯୁକ୍ତ ଜ୍ୟୋତିପ୍ରକାଶ ଜେନା କହିଲେ ଯେ ସାମ୍ବାଦିକ. ମାନେ ନିଜର ପରିଚୟ ଏବଂ ସମ୍ମାନ ଅକ୍ଷୁର୍ଣ୍ଣ ରଖିବା ଆବଶ୍ୟକ ! ମୁଖ୍ୟବକ୍ତା ଆଇନଜୀବି ଟୁକନ ଚରଣ ସେଠି କହିଲେ ଫୋଟୋ ଉଠାଇବା ଅପେକ୍ଷା ଅସହାୟ କୁ ସହାୟତା କରିବା ଜଣେ ସଚେତନଶୀଳ ସାମ୍ବାଦିକ ର ପ୍ରଥମ କର୍ତ୍ତବ୍ୟ ! ସମ୍ମାନିତ ଅତିଥି ତଥା ଓଡିଶା ସାମ୍ବାଦିକ ସଙ୍ଘ ର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଅକ୍ଷୟ କୁମାର ମହାନ୍ତି , ଡ଼ ଅରୁଣ କୁମାର ପାଣି ,ଅମୁଲ୍ୟ ଚନ୍ଦ୍ରକାନ୍ତ ମହାପାତ୍ର, ଭାନୁଶଙ୍କର ରାଉତରାୟ , ସୁବାଷ ଚନ୍ଦ୍ର ସ୍ୱାଇଁ , ସିଦ୍ଧାର୍ଥ ଶଙ୍କର ଦାସ , ଦ୍ବିପକ କୁମାର ନାଥ, ଜଗନ୍ନାଥ ଶତପଥୀ, ଉତ୍ତମ କୁମାର ଜେନା, ପ୍ରମୁଖ ଯୋଗଦାନ କରିଥିବା ବେଳେ ତିର୍ତୋଲ ସାମ୍ବାଦିକ ସଙ୍ଘ ର ସଭାପତି ପ୍ରଭାତ ପରିଡା, ସମ୍ପାଦକ ଚନ୍ଦ୍ରକାନ୍ତ ବାରିକ,
ଉପସଭାପତି ସୁଭାଶିଷ ସ୍ୱାଇଁ, ସହ ସମ୍ପାଦକ ଗୋପାଳ କୃଷ୍ଣ ଦାଶ , ଏମ ଏସ ରାଜନ, କୈଳାଶ ବେହେରା, ଜଗନ୍ନାଥ ପ୍ରସାଦ ସାହୁ, ନିଶାକର ଦାଶ, ସ୍ୱାଗତ ରଞ୍ଜନ ଦାସଏବଂ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ !