ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜଗନ୍ନାଥଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ପରିବାର ପାଖରେ ସହପାଠୀ

ଗରଦପୁର, 27/09/2026, ଉତ୍କଳ voice news - utkalvoicenews.com(ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ) :
Article Image
ତା - ୨୭/୯ : କ୍ୟାନ୍ସର ସହ ସଂଘର୍ଷ କରି ଜୀବନ ଯୁଦ୍ଧରେ ହାରିଯାଇଥିବା ଗରଦପୁର ବ୍ଲକ ତଳକୁସୁମା ପଞ୍ଚାୟତ ଅନ୍ତର୍ଗତ ପାରିପୂଣ୍ଡିଲୋ ଗ୍ରାମର ଜଗନ୍ନାଥ ଆଚାର୍ଯ୍ୟଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ତାଙ୍କ ସହପାଠୀମାନେ ମାନବିକତାର ପରିଚୟ ଦେଇଛନ୍ତି। ଜଗନ୍ନାଥଙ୍କ ପରିବାରର ଦୁଃଖ ଓ ଅଭାବରେ ସାଥୀ ହୋଇ ସେମାନେ ସହାୟତାର ହାତ ବଢ଼ାଇଛନ୍ତି।
Article Image
ଜଗନ୍ନାଥ ଆଚାର୍ଯ୍ୟ, ପିତା ନୃସିଂହ ଆଚାର୍ଯ୍ୟ। ମନ୍ଦିରରେ ପୂଜକ ଭାବେ କାର୍ଯ୍ୟ କରି ସ୍ୱଳ୍ପ ରୋଜଗାରରେ ପରିବାର ଚଳାଉଥିଲେ। ପ୍ରାୟ ଚାରିମାସ ଧରି କ୍ୟାନ୍ସରରେ ପୀଡ଼ିତ ହେବା ପରେ ଚିକିତ୍ସା ପାଇଁ ତାଙ୍କ ପରିବାରର ଥିବା ସମ୍ବଳ ଧୀରେ ଧୀରେ ଶେଷ ହୋଇଯାଇଥିଲା। ରୋଗ ଯୋଗୁଁ ରୋଜଗାର ବନ୍ଦ ହୋଇଯିବାରୁ ପରିବାର ଗୁରୁତର ଆର୍ଥିକ ସଙ୍କଟରେ ପଡ଼ିଥିଲା। ପତ୍ନୀ ପ୍ରବୀଣା ଓ ମା’ ହେମଲତା ଅଭାବ ମଧ୍ୟରେ ଜଗନ୍ନାଥଙ୍କ ଚିକିତ୍ସା ଜାରି ରଖିଥିଲେ। ହେଲେ ଶେଷରେ ଜଗନ୍ନାଥଙ୍କ ଜୀବନ ଦୀପ ଲିଭିଯାଇଥିଲା। ଜଗନ୍ନାଥଙ୍କ ମୃତ୍ୟୁ ପରେ ପରିବାରର ଆର୍ଥିକ ସଂଘର୍ଷ ଜାରି ରହିଥିଲା। ଏହି ପରିସ୍ଥିତିରେ ତାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ମିର୍ଜାପୁର ଜନତା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହପାଠୀମାନେ ଏକାଠି ହୋଇ ପରିବାରକୁ ସହାୟତା କରିଥିଲେ। ଏହି ମାନବିକ ପ୍ରୟାସରେ କଲ୍ୟାଣୀ ଜେନା, ମାନସୀ ରାଉତ, ଚିନ୍ମୟୀ ରାଉତ, ଲିଲିବାଳା ମଲ୍ଲିକ, ସନ୍ଧ୍ୟାରାଣୀ ମଲ୍ଲିକ, ସସ୍ମିତା ବେହେରା, ସ୍ମିତାଞ୍ଜଳି ଖଣ୍ଡୁଆଳ, ମହିମା ଦଳାଇ, ସତ୍ୟରଞ୍ଜନ ରାଉତ, ଅଜୟ କୁମାର ସ୍ୱାଇଁ, ରାକେଶ ରାଉତ, ମନୋଜ ବିଶ୍ୱାଳ, ମଙ୍ଗେଶ ଜେନା, ମଙ୍ଗେଶ କର, ଜଗବନ୍ଧୁ ରାଉତ, ସୁରେଶ ରାଉତ, ପ୍ରଶାନ୍ତ କୁମାର ଦାସ, ଶଶିକାନ୍ତ ଦାସ, ଅଞ୍ଜନ କୁମାର ଦାସ, ବିଶ୍ୱଜିତ ନାୟକ, ଚିନ୍ମୟ ଦାସ, ସନ୍ତୋଷ ତରାଇ, ସଂଜୀବ ଜେନା ଓ ଜ୍ୟୋତି ରଞ୍ଜନ କର ପ୍ରମୁଖ ସାମିଲ ହୋଇଥିଲେ। ସହପାଠୀଙ୍କ ଏହି ପଦକ୍ଷେପ ଜଗନ୍ନାଥଙ୍କ ପ୍ରତି ଏକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ହୋଇଛି। ଜୀବନରେ ଯେଉଁ ସାଥୀଙ୍କ ସହ ହସିଥିଲେ, ପଢ଼ିଥିଲେ ଓ ବଢ଼ିଥିଲେ, ସେହି ସାଥୀମାନେ ଆଜି ତାଙ୍କ ଅନୁପସ୍ଥିତିରେ ପରିବାରର ଦୁଃଖରେ ଠିଆ ହୋଇଛନ୍ତି। ସହପାଠୀଙ୍କ ଏହି ମାନବିକତା ବନ୍ଧୁତ୍ୱର ଏକ ନିଆରା ଉଦାହରଣ ହୋଇ ରହିବ।
5