ଜଗତସିଂହପୁର, 27/09/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ଏରସମା ବ୍ଲକ ମଣିକୁଣ୍ଡଳ ଗ୍ରାମ ର ବରିଷ୍ଟ କଂଗ୍ରେସ ନେତା ଆଇନୀଜୀବି ପ୍ରଭାତ କୁମାର ଦାସ।୭୮ବର୍ଷ ରେ ପରଲୋକ।କିଛିଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ କଟକ ର ଏକ ଘରଇ ମେଡିକାଲରେ ଚିକିଛିତ ଅବସ୍ଥାରେ ଶନିବାର ସଂଧ୍ୟା ୭. ୩୦ମିନିଟି ରେ ମୃତ୍ୟୁ ବରଣ କରିଛନ୍ତି। ମୃତ୍ୟୁ ଶଯ୍ୟା ନିକଟରେ ପୁଅ ସଞ୍ଜୟ କୁମାର ଦାସ, ସନ୍ଦୀପ କୁମାର ଦାସ, ଝିଅ ମମତା ଦାସ, ପୁତୁରା ମିଟୁ ଦାସ ସମେତ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ।ତାଙ୍କ ମଣିକୁଣ୍ଡଳ ସ୍ଥିତବାସ ଭବନରେ କମ୍ୟୁନିଷ୍ଟି ନେତା ଶଶୀଭୁଷଣ ସ୍ୱାଇଁ, ସରପଞ୍ଚ ସଚିତାନନ୍ଦ ଦାସ,ଅଧ୍ୟାପକ ଶିବ ପ୍ରସାଦ ଦାସ, ଶିକ୍ଷକ ଦିଲ୍ଲୀପ କୁମାର ଦାସ,ପୂଜ୍ୟ ପୂଜା ସଂସଦ ଅଧକ୍ଷ୍ୟ ଯଯାତି କେଶରୀ ସାମନ୍ତରାୟ ଓ ବହୁ ମାନିୟଗନୀୟ ବ୍ୟକ୍ତି ବିଶେଷ ଶେଷ ଦର୍ଶନ କରିଥିଲେ। ବଡ଼ ପୁଅ ସଞ୍ଜୟ ମୁଖାଅଗ୍ନି ଦେଇଥିଲେ। ଗାଁ ମଶାଣୀ ରେ ଶେଷକୃତ୍ୟ କରାଯାଇଥିଲା।