ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବେପାରୁଆ ଗାଡି ଚାଳନା ଯୋଗୁ ସଡକ ଦୁର୍ଘଟଣା, ଜଣେ ମୃତ ତିନି ଗୁରୁତର

ବୁଗୁଡ଼ା, 14/03/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ବେପାରୁଆ ଗାଡି ଚାଳନା ଯୋଗୁ ଦୈନନ୍ଦିନ ସଡ଼କ ଦୁର୍ଘଟଣା ଘଟିଛି।ସେହିଭଳି ଆଜି ବୁଗୁଡା ‐ ସୋଳମଇଲି ରାସ୍ତାରେ ଏକ ବାଇକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି।ବେଲଗୁଣ୍ଠା ‐ମଙ୍ଗଳପୁର ଅଞ୍ଚଳରୁ ତିନିଜଣ ବାଇକ୍ ରେ ବସି ବୁଗୁଡା ଅଭିମୁଖେ ଆସୁଥିବା ସମୟରେ ଗୋଲାମୁଣ୍ତୁଳା ଗ୍ରାମର ଉଦୟ ଗୌଡ ନାମକ ଜଣେ ବୁଦ୍ଧ ରାସ୍ତାରେ ଚାଲିଚାଲି ଆସୁଥିବା ବେଳେ ପଛପଟୁ ମଙ୍ଗଳପୁରରୁ ଆସୁଥିବା ବେପାରୁଆ ବାଇକ୍ ଚାଳକ ଧକା ଦେଇଥିଲା । ଧକ୍କା ଦେବା ଫଳରେ ବାଇକ୍ ଚାଳକ ଏବଂ ବାଇକ୍ ରେ ବସିଥିବା ଦୁଇ ଜଣ ବ୍ଯକ୍ତି ରାସ୍ତାରେ କଚାଡି ହୋଇ ରାସ୍ତା କଡରେ ପଡିଥିଲେ । ତିନିଜଣ ଗୁରୁତର ଆହାତ ହୋଇଥିବା ବେଳେ ଘଟଣାସ୍ଥଳରୁ ଉଦୟ ଗୌଡ ଓ ତିନିଜଣଙ୍କୁ ମେଡିକାଲ କୁ ସ୍ଥାନୀୟ ଲୋକେ ଆଣିଥିଲେ ।ମେଡିକାଲରେ ଉଦୟ ଗୌଡଙ୍କୁ ଡାକ୍ତର ମୁତ୍ଯୁ ଘୋଷଣା କରିଥିବା ବେଳେ ବାଇକ୍ ଚାଳକ ସହିତ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡମେଡିକାଲ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ ବୁଗୁଡ଼ା ପୋଲିସ୍ ପହଞ୍ଚି ଗାଡି ଓ ଶବ ଜବତ କରିବା ସହିତ ଶବ ବ୍ଯବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।
1