ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନେହେରୁ ବଙ୍ଗଳାରେ ସଫେଇ ଅଭିଯାନ

ପାରାଦୀପ, 27/09/2026, ଉତ୍କଳ voice news - utkalvoicenews.com
Article Image
ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ପାରାଦୀପ ନେହେରୁ ବଙ୍ଗଳା, ପଥର ବନ୍ଧ ଓ ମନ୍ମଥ ଉଦ୍ୟାନ ଅଞ୍ଚଳରେ ସ୍ୱଚ୍ଛତା ଅଭିଯାନ ଓ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପାରାଦୀପକୁ ସ୍ୱଚ୍ଛ, ସୁନ୍ଦର ଓ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣୀୟ କରିବା ଉଦ୍ଦେଶ୍ୟରେ ଏହି ଅଭିଯାନ ଆୟୋଜିତ ହୋଇଥିଲା।
Article Image
କାର୍ଯ୍ୟକ୍ରମରେ ପାରାଦୀପ ପୌରପାଳିକାର ଅଧ୍ୟକ୍ଷ ଶ୍ରୀ ବସନ୍ତ ବିଶ୍ୱାଳ, କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅଭିଷେକ ପଣ୍ଡା, ଅଫିସର ଶ୍ରୀ ପ୍ରୀତିରଞ୍ଜନ ପାଢ଼ୀ, ସ୍ୱଚ୍ଛତା ରାଷ୍ଟ୍ରଦୂତ ତଥା ପାରାଦୀପ କଲେଜ ଏନସିସି ଆଲୁମୁନି ଆସୋସିଏସନର ସଭାପତି ଶ୍ରୀ ଆମ୍ବିକା ପ୍ରସାଦ ମହାପାତ୍ର, ବରିଷ୍ଠ କାଉନସିଲର ଶ୍ରୀ ଅଜିତ ଷଡ଼ଙ୍ଗୀ, ଶିଳ୍ପମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀ ସର୍ବେଶ୍ୱର ବଳିୟାରସିଂ, କାଉନସିଲର ଶ୍ରୀ ସୁବ୍ରତ ପ୍ରଧାନଙ୍କ ସମେତ ପାରାଦୀପ କଲେଜ ଏନସିସି ଆଲୁମୁନିର ସଦସ୍ୟ, ବିଭିନ୍ନ ସାମାଜିକ ଅନୁଷ୍ଠାନର ସଦସ୍ୟ ଏବଂ ନେହେରୁ ବଙ୍ଗଳା ଅଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯୋଗଦେଇ ସଫେଇ କରିଥିଲେ।
Article Image
ଏହି ଅବସରରେ ପୌରାଧ୍ୟକ୍ଷ ଶ୍ରୀ ବିଶ୍ୱାଳ ବିଶ୍ୱ ପର୍ଯ୍ୟଟନ ଦିବସର ଶୁଭେଚ୍ଛା ଜଣାଇ କହିଥିଲେ ଯେ, ପାରାଦୀପର ପର୍ଯ୍ୟଟନସ୍ଥଳୀଗୁଡ଼ିକ ଆମ ପାଇଁ ଗର୍ବ ଓ ଗୌରବ। ଏହାକୁ ସ୍ୱଚ୍ଛ, ସୁନ୍ଦର ଓ ଆକର୍ଷଣୀୟ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ। ଏକକ ବ୍ୟବହୃତ ପ୍ଲାଷ୍ଟିକକୁ ବର୍ଜନ କରି ସ୍ୱଚ୍ଛ ଓ ସୁସ୍ଥ ପାରାଦୀପ ଗଠନରେ ସମସ୍ତେ ସହଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ। ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅଭିଷେକ ପଣ୍ଡା କହିଥିଲେ ଯେ, ପାରାଦୀପରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ବିରୋଧରେ ପୌରପାଳିକା ପକ୍ଷରୁ ନିୟମିତ ଚଢ଼ାଉ ଜାରି ରହିଛି। ନିଷିଦ୍ଧ ପ୍ଲାଷ୍ଟିକ ବିକ୍ରି ଓ ବ୍ୟବହାର କରୁଥିବାଙ୍କ ବିରୋଧରେ ନିୟମାନୁଯାୟୀ ଆର୍ଥିକ ଦଣ୍ଡ ଆଦାୟ କରାଯାଉଛି। ପ୍ଲାଷ୍ଟିକର କୁପ୍ରଭାବକୁ ଦୃଷ୍ଟିରେ ରଖି ସମସ୍ତେ ସମାଜର ମଙ୍ଗଳ ପାଇଁ ଗୋଟିଏ ପାଦ ଆଗକୁ ବଢ଼ାଇ ଏକକ ବ୍ୟବହୃତ ପ୍ଲାଷ୍ଟିକ ବର୍ଜନ କରିବାକୁ ସେ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମରେ ‘ସ୍ୱଚ୍ଛତା ହିଁ ସେବା’ ଓ ‘ସ୍ୱଚ୍ଛ ପାରାଦୀପ, ସୁସ୍ଥ ପାରାଦୀପ’ ବାର୍ତ୍ତା ଦିଆଯାଇ ପର୍ଯ୍ୟଟନସ୍ଥଳୀର ସ୍ୱଚ୍ଛତା ରକ୍ଷା ସହ ପରିବେଶ ସୁରକ୍ଷା ପାଇଁ ଜନସାଧାରଣଙ୍କ ସକ୍ରିୟ ସହଯୋଗ ଆହ୍ୱାନ କରାଯାଇଥିଲା।
3