କୁଜଙ୍ଗ , 27/09/2026, ଉତ୍କଳ voice news - utkalvoicenews.com(ପାରାଦୀପ, କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ) :

କୁଜଙ୍ଗକୁ ଏନ୍ଏସି ଘୋଷଣା କରିବା ଦାବି ଦିନକୁ ଦିନ ଜୋର ଧରୁଛି। ଏହି ଦାବିକୁ ନେଇ ଆସନ୍ତା ଅକ୍ଟୋବର ୬ ତାରିଖରେ କୁଜଙ୍ଗ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବାକୁ କୁଜଙ୍ଗ ସଚେତନ ନାଗରିକ ମଞ୍ଚ ନିଷ୍ପତ୍ତି ନେଇଛି।
ମଞ୍ଚର ଆବାହକ ଡ. ରଘୁନାଥ ସାହୁଙ୍କ ଅଧ୍ୟକ୍ଷତାରେ ରବିବାର କୁଜଙ୍ଗରେ ଅନୁଷ୍ଠିତ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିଲା। ମଞ୍ଚର ବରିଷ୍ଠ ଉପଦେଷ୍ଟା ବାବୁରାମ ଚୌଧୁରୀ ଓ ପୀତାମ୍ବର ତରାଇ କହିଛନ୍ତି ଯେ, ଧାରଣା ସମୟରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ।
ମଞ୍ଚ ପକ୍ଷରୁ ପୂର୍ବରୁ ଦସ୍ତଖତ ଅଭିଯାନ, ଧାରଣା ଓ ବଜାର ବନ୍ଦ ଭଳି କାର୍ଯ୍ୟକ୍ରମ ହୋଇଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମଧ୍ୟ ଦାବିପତ୍ର ଦିଆଯାଇଛି। ଏହାସତ୍ତ୍ୱେ ଦାବି ପୂରଣ ନ ହେବାରୁ ଆନ୍ଦୋଳନକୁ ଆଗାମୀ ଦିନରେ ଆହୁରି ତୀବ୍ର କରାଯିବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି।
ବୈଠକରେ ସରୋଜ କୁମାର ବେହେରା, ପ୍ରିୟମ୍ବଦା ପାଣି, ଡ. ଗଙ୍ଗାଧର ସାମନ୍ତରାୟ, ନବୀନ ପ୍ରଧାନ, ଅଜୟ କୁମାର ଖୁଣ୍ଟିଆ, ବିଜୟ ଖଟେଇ, ବିଜୟ ମହାପାତ୍ର, ଚନ୍ଦ୍ରଶେଖର ଦାସ, ନିମାଇଁ ଚରଣ ଖୁଣ୍ଟିଆ, ସର୍ବେଶ୍ୱର ସ୍ୱାଇଁ, ଶଙ୍କର୍ଷଣ ଦାଶ, ରାମଦାସ ମହାନ୍ତି, ରଶ୍ମିରଞ୍ଜନ ଦାସ ଓ ସୁବାସ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।