ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନିନାରାଣି ଓ ପୁଷ୍ପଲତାଙ୍କୁ ମହିଳା ବିଜେଡିରେ ଦାୟିତ୍ୱ

କୁଜଙ୍ଗ , 27/09/2026, ଉତ୍କଳ voice news - utkalvoicenews.com(ପାରାଦ୍ୱୀପ, କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ) ତା. ୨୫/୦୯/୨୦୨୬ : କୁଜଙ୍ଗ ବ୍ଲକ ଅଞ୍ଚଳର ଦୁଇ ମହିଳା ନେତ୍ରୀଙ୍କୁ ଜଗତସିଂହପୁର ଜିଲ୍ଲା ମହିଳା ବିଜେଡି ସଂଗଠନରେ ନୂତନ ଦାୟିତ୍ୱ ପ୍ରଦାନ କରାଯାଇଛି। ନିନାରାଣି ସାହୁ ଓ ପୁଷ୍ପଲତା ବେହେରାଙ୍କୁ ଜିଲ୍ଲା ମହିଳା ସଂଗଠନରେ ଦାୟିତ୍ୱ ମିଳିଥିବା ଜଣାପଡ଼ିଛି।
Article Image
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସୁପାରିଶକ୍ରମେ ରାଜ୍ୟ ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଜିଲ୍ଲା ମହିଳା ସଂଗଠନରେ ଏହି ଦାୟିତ୍ୱ ପ୍ରଦାନ କରିଥିବା ସୂଚନା ମିଳିଛି। ନିନାରାଣି ସାହୁ ବର୍ତ୍ତମାନ କୁଜଙ୍ଗ ପଞ୍ଚାୟତ ସମିତିର ଅଧ୍ୟକ୍ଷା ଭାବେ ଦାୟିତ୍ୱ ତୁଲାଉଥିବାବେଳେ ପୁଷ୍ପଲତା ବେହେରା ୩ ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟା ଭାବେ କାର୍ଯ୍ୟରତ ଅଛନ୍ତି। ନୂତନ ଦାୟିତ୍ୱ ପାଇବା ପରେ ଉଭୟ ନେତ୍ରୀ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ସୁଜାତା ପାଣ୍ଡିଆନ, ରାଜ୍ୟ ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଏବଂ ଜିଲ୍ଲା ସଭାନେତ୍ରୀ ଲୋରା ମହାପାତ୍ରଙ୍କୁ କୃତଜ୍ଞତା ଜଣାଇଛନ୍ତି। ଗ୍ରାମାଞ୍ଚଳରେ ମହିଳା ସଂଗଠନକୁ ଅଧିକ ସୁଦୃଢ଼ କରିବା ସହ ଅଧିକ ସଂଖ୍ୟକ ମହିଳାଙ୍କୁ ସଂଗଠନ ସହ ଯୋଡ଼ିବା ଏବଂ ମହିଳାମାନଙ୍କ ସହ ନିରନ୍ତର ସମ୍ପର୍କ ସ୍ଥାପନ ଦିଗରେ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ଉଭୟ ନେତ୍ରୀ ପ୍ରକାଶ କରିଛନ୍ତି।
3