ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗୋପିଆକୁଦରେ ଇଣ୍ଡିଆନ ଅଏଲ ପକ୍ଷରୁ ବୃକ୍ଷରୋପଣ

କୁଜଙ୍ଗ / ଗୋପିଆକୁଦ, 27/09/2026, ଉତ୍କଳ voice news - utkalvoicenews.com(ପାରାଦୀପ, କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ) : ତା. ୨୭/୦୯/୨୦୨୬ : ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧି ଦିଗରେ ଆଉ ଏକ ପଦକ୍ଷେପ ନେଇଛି ପାରାଦୀପ ଇଣ୍ଡିଆନ ଅଏଲ।
Article Image
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଗୋପିଆକୁଦ ଗ୍ରାମପଞ୍ଚାୟତର ଉଆସଡିଅ ଗ୍ରାମରେ ଇଣ୍ଡିଆନ ଅଏଲ ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।
Article Image
ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଇଣ୍ଡିଆନ ଅଏଲର ଏଚ୍‌ଆର୍‌ ସୋନାଲି ନାୟକ, ଚିଫ୍‌ ମ୍ୟାନେଜର ଜ୍ଞାନେନ୍ଦ୍ର କୁମାର ପୃଷ୍ଟି, ଗୋପିଆକୁଦ ସରପଞ୍ଚ ଶ୍ରୀନିବାସ ସ୍ୱାଇଁ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ସୁଶ୍ରୀ ପ୍ରିୟଦର୍ଶିନୀଙ୍କ ସମେତ ଗ୍ରାମର ବହୁ ମହିଳା, ବରିଷ୍ଠ ନାଗରିକ ଓ ସ୍ଥାନୀୟ ବାସିନ୍ଦା ଯୋଗଦେଇଥିଲେ।
Article Image
କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ପ୍ରକାରର ଫଳଦାୟୀ ଓ ଔଷଧୀୟ ଚାରା ରୋପଣ କରାଯାଇଥିଲା। ମୋଟ ପ୍ରାୟ ୫୦୦ଟି ଚାରା ରୋପଣ କରାଯାଇଥିବା ଜଣାପଡ଼ିଛି।
Article Image
ସ୍ଥାନୀୟ ଅଞ୍ଚଳରେ ଅଧିକ ସବୁଜିମା ସୃଷ୍ଟି କରିବା ସହ ପରିବେଶକୁ ସୁସ୍ଥ ଓ ସୁନ୍ଦର ରଖିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
Article Image
ବୃକ୍ଷରୋପଣ କେବଳ ପରିବେଶର ସୁରକ୍ଷା କରେ ନାହିଁ, ବରଂ ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ ଓ ସବୁଜ ପରିବେଶ ଗଠନରେ ମଧ୍ୟ ସହାୟକ ହୋଇଥାଏ। ଏହି ଦୃଷ୍ଟିରୁ ପ୍ରତ୍ୟେକ ବ୍ୟକ୍ତି ବୃକ୍ଷରୋପଣ କରିବା ସହ ରୋପଣ କରାଯାଇଥିବା ଚାରାଗୁଡ଼ିକର ଯତ୍ନ ନେବା ଆବଶ୍ୟକ ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା।
Article Image
ଏଥିସହ ପରିବେଶ ସ୍ୱଚ୍ଛତା, ସବୁଜିମା ବୃଦ୍ଧି ଓ ଗ୍ରାମାଞ୍ଚଳକୁ ସୁନ୍ଦର ରଖିବା ପାଇଁ ସମସ୍ତଙ୍କ ମିଳିତ ପ୍ରୟାସ ଆବଶ୍ୟକ ବୋଲି ଉପସ୍ଥିତ ଅତିଥିମାନେ ମତ ରଖିଥିଲେ। ଏହି ଅବସରରେ ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଓ ସୁନ୍ଦର ଭାରତର ସ୍ୱପ୍ନକୁ ସାକାର କରିବା ସହ ପରିବେଶ ପ୍ରତି ଅଧିକ ସଚେତନ ହେବାକୁ ସମସ୍ତଙ୍କୁ ଆହ୍ୱାନ ଦିଆଯାଇଥିଲା। ଗ୍ରାମାଞ୍ଚଳରେ ସ୍ୱଚ୍ଛତା ବଜାୟ ରଖିବା ସହ ଅଧିକରୁ ଅଧିକ ବୃକ୍ଷରୋପଣ କରି ପରିବେଶକୁ ସୁରକ୍ଷିତ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କ ସକ୍ରିୟ ସହଭାଗିତା ଦେଖିବାକୁ ମିଳିଥିଲା। ଇଣ୍ଡିଆନ ଅଏଲ ପକ୍ଷରୁ ଏଭଳି ପରିବେଶମୁଖୀ କାର୍ଯ୍ୟକ୍ରମ ଆୟୋଜନକୁ ସ୍ଥାନୀୟ ଲୋକେ ସ୍ୱାଗତ କରିଥିଲେ। ଶେଷରେ ଉପସ୍ଥିତ ସମସ୍ତେ ପରିବେଶର ସ୍ୱଚ୍ଛତା ଓ ସୁରକ୍ଷା ପ୍ରତି ସର୍ବଦା ସଚେତନ ରହିବା ସହ ଅନ୍ୟମାନଙ୍କୁ ମଧ୍ୟ ଏ ଦିଗରେ ସଚେତନ କରାଇବାକୁ ସଂକଳ୍ପ ନେଇଥିଲେ। ଗୋପିଆକୁଦରେ ଇଣ୍ଡିଆନ ଅଏଲର ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ସବୁଜ ପରିବେଶ ଗଠନ ପାଇଁ ଏକ ସଚେତନତାମୂଳକ ପଦକ୍ଷେପ ଭାବେ ପରିଗଣିତ ହୋଇଛି।
5