କୁଜଙ୍ଗ, 28/09/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

କୁଜଙ୍ଗ ବ୍ଲକ କଂଗ୍ରେସ ପକ୍ଷରୁ ଦଳର ସାଙ୍ଗଠନିକ ବୈଠକ ଓ ସମ୍ବର୍ଦ୍ଧନା ସଭା ପଙ୍କପାଳ ପଞ୍ଚାୟତସ୍ଥିତ ଚୌଧୁରୀ ଡେଷ୍ଟିନେସନ୍ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। କୁଜଙ୍ଗ ବ୍ଲକ କଂଗ୍ରେସ ସଭାପତି ଶ୍ରୀକାନ୍ତ ଦାସ (ମୁନା)ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପାରାଦୀପ ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ଆଇନଜୀବୀ ନିରଞ୍ଜନ ସ୍ୱାଇଁ ନାୟକ, ସମ୍ମାନିତ ଅତିଥି ଭାବେ ସାଧାରଣ ସମ୍ପାଦକ ପିସିସି ସମ୍ପାଦକ ବୀରେନ ପଣ୍ଡା ଯୋଗ ଦେଇଥିଲେ।
ଜିଲ୍ଲା ସଭାପତି ସୌମ୍ୟରଞ୍ଜନ ରାଉତ, ଦେବପ୍ରସାଦ ନାୟକ, ପାରାଦୀପ ନଗର ସଭାପତି କେଦାର ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ରାଜେଶ ବିଶ୍ୱାଳ, କୁଜଙ୍ଗ ବ୍ଲକ ଜୋନ୍-୨ ସଭାପତି ପ୍ରଦୀପ କୁମାର ମହାପାତ୍ର, ଜୋନ୍-୪ ସଭାପତି ନିରଞ୍ଜନ ଦାସ, ପ୍ରଫୁଲ୍ଲ ଦଳାଇ, ପ୍ରଶାନ୍ତ ବେହେରା ପ୍ରମୁଖ ଯୋଗ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ କୁଜଙ୍ଗ ବ୍ଲକ କିଷାନ ସେଲ୍ର ଅଧ୍ୟକ୍ଷ ସ୍ୱରୂପ ବିଶ୍ୱାଳ, କୁଜଙ୍ଗ ବ୍ଲକ ଉପସଭାପତି ମୋହନ ଚରଣ ଦାସ, ବିଶ୍ୱନାଥ ମଲ୍ଲିକ, ଆଶୁତୋଷ ଲେଙ୍କା, ନିହାର ରଞ୍ଜନ ଦାସ, ଅରୁଣ ରାଉତ, ନିତ୍ୟାନନ୍ଦ ନାୟକ, ଶରତ ଦାସ, ରଞ୍ଜନ ବେହେରା, ତିରୁପତି ମହାନ୍ତି, କୃଷ୍ଣଚନ୍ଦ୍ର ବାରିକ, ପ୍ରସନ୍ନ ନନ୍ଦ, ନାରୀନେତ୍ରୀ ଜାନକୀ ମହାରଥା ପ୍ରମୁଖ ଉପସ୍ଥିତ ଥିଲେ। କୋଠି ପଞ୍ଚାୟତର ଯୁବନେତା ଦୀପ୍ତିରଞ୍ଜନ ଦାସ କଂଗ୍ରେସରେ ସାମିଲ ହୋଇଥିଲେ।