ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମୁନିଗୁଡା ବ୍ଲକରେ ଜିଲ୍ଲାପାଳ ରାୟଗଡ଼ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ।

ମୁନିଗୁଡା /ଗୁଣପୁର / ରାୟଗଡ, 28/09/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ତା.୨୮-୦୯-୨୦୨୬ରିଖ ଦିନ ମୁନିଗୁଡା ବ୍ଲକ ସଦଭାବନା ସଭାଗୃହ ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ରାଜ କୁମାର, ବନଖଣ୍ଡ ଅଧିକାରୀ ସଚୀନ ଆନ୍ନା ସାହେବ ଓହୋଲ, ଉପ ଜିଲ୍ଲାପାଳ ଗୁଣପୁର ଦୁଧାଲ ଅଭିଷେକ ଦିଲୀପ, ଭାରପ୍ରାପ୍ତ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ରାୟଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ୱାସ୍ଥ୍ୟ ଅଧିକାରୀ ବିଶ୍ୱମ୍ବର ବେହେରା, ମୁନିଗୁଡା ତହସିଲଦାର ଏମ ଅନୁରାଧା, ଗୋଷ୍ଠୀ ଉନ୍ନୟନ ଅଧିକାରୀ କୃଷ୍ଣଚନ୍ଦ୍ର ଦଳପତି, ବିଷମକଟକ ଉପଖଣ୍ଡ ଅରକ୍ଷୀ ଅଧିକାରୀ ସନ୍ତୋଷିନୀ ହେମ୍ବ୍ରମ ଯୋଗଦେଇ ସମସ୍ତ ଅଭିଯୋଗର ଶୁଣାଣୀ କରିଥିଲେ। ଆଜି ମୋଟ ୧୧୫ଟି ଅଭିଯୋଗ ର ଶୁଣାଣୀ ହୋଇଥିବା ବେଳେ, ସେଥିରୁ ୯୯ଟି ବ୍ୟକ୍ତିଗତ ଏବଂ ୧୬ଟି ସାମୁହିକ ଦରଖାସ୍ତ ପଞ୍ଜିକରଣ ହୋଇଥିଲା ।
Article Image
ଜିଲ୍ଲାପାଳ ସମସ୍ତ ଦରଖାସ୍ତ ଗ୍ରହଣ କରି ସମ୍ପୃକ୍ତ ଅଧିକାରୀଙ୍କ ନିକଟକୁ ପ୍ରେରଣ କରି ସେ ଗୁଡିକୁ ତଦନ୍ତ କରି ତୁରନ୍ତ ପଦକ୍ଷେପ ନେବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ମୁନିଗୁଡା ଅରକ୍ଷୀ ନିରୀକ୍ଷକ ଲଳିତ ମୋହନ ସିଂହ ଆଇନ ଶୃଙ୍ଖଳା ରକ୍ଷା କରିଥିଲେ । ଏହି ଶିବିରରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ ।
Article Image
2