ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସୁବିଧା ନମିଳିବା ଅଭିଯୋଗ, ଅଧିକାରୀଙ୍କ ହସ୍ତକ୍ଷେପ ପରେ ବୈଠକ

ଏରସମା, 28/09/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :
Article Image
ତା - ୨୮/୯ : ବୈଠକ ପାଇଁ ଏକାଠି ହୋଇଥିଲେ ଗ୍ରାମ ସାଥୀ, ହେଲେ ବୈଠକ ଆରମ୍ଭ ପୂର୍ବରୁ ସାମ୍ନାକୁ ଆସିଲା ଅସନ୍ତୋଷ। ଏରସମା ବ୍ଲକ୍‌ର ବିଭିନ୍ନ ୱାର୍ଡରୁ ଆସିଥିବା ଗ୍ରାମ ସାଥୀମାନେ ଆବଶ୍ୟକ ସୁବିଧା ଯୋଗାଇ ଦିଆନଯିବା ଏବଂ କିଛି କର୍ମଚାରୀଙ୍କ ଦୁର୍ବ୍ୟବହାର ଅଭିଯୋଗ କରି ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାୟ ଦୁଇ ଘଣ୍ଟା ଧରି ଧାରଣା ଦେଇଥିଲେ। ଗ୍ରାମ ସାଥୀଙ୍କ ଅଭିଯୋଗ ଅନୁସାରେ, ବୈଠକ ସ୍ଥଳରେ ପାନୀୟ ଜଳର ଉପଯୁକ୍ତ ବ୍ୟବସ୍ଥା ନଥିଲା। ଏପରିକି ଜେନେରେଟର ଉପଲବ୍ଧ ଥିବା ସତ୍ତ୍ୱେ ଆବଶ୍ୟକ ଆଲୋକ ବ୍ୟବସ୍ଥା କରାଯାଇନଥିବା ଅଭିଯୋଗ ହୋଇଥିଲା। ଏହାସହ କର୍ମଚାରୀଙ୍କ ବ୍ୟବହାରକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ ଗ୍ରାମ ସାଥୀମାନେ। ଘଟଣା ସମୟରେ ବିଡିଓ ଅନୁପସ୍ଥିତ ଥିଲେ। ପରେ ବ୍ଲକ୍‌ର କିଛି ଉଚ୍ଚପଦସ୍ଥ କର୍ମଚାରୀ ଧାରଣାସ୍ଥଳରେ ପହଞ୍ଚି ଗ୍ରାମ ସାଥୀଙ୍କ ସହ ଆଲୋଚନା କରିଥିଲେ। ଅଭିଯୋଗ ସମ୍ପର୍କରେ ଆଲୋଚନା ପରେ ଅଧିକାରୀମାନେ ତ୍ରୁଟି ସ୍ୱୀକାର କରି ଆବଶ୍ୟକ ସମାଧାନର ଆଶ୍ୱାସନ ଦେଇଥିଲେ। ପରେ ଧାରଣାରତ ଗ୍ରାମ ସାଥୀମାନଙ୍କୁ ବ୍ଲକ୍ ମିଟିଂ ହଲ୍‌କୁ ନେଇ ପୁନର୍ବାର ବୈଠକ ଅନୁଷ୍ଠିତ ହୋଇଥିଲା। ଘଟଣାକୁ ନେଇ ଗ୍ରାମ ସାଥୀଙ୍କ ମଧ୍ୟରେ ଥିବା ଅସନ୍ତୋଷ ଆଲୋଚନା ମାଧ୍ୟମରେ ଦୂର କରାଯାଇଥିବା ଜଣାପଡ଼ିଛି।
3