ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସୌମ୍ୟରଂଜନ ସାହୁ ଙ୍କୁ ସହଯୋଗ ର ହାତ ବଢ଼ାଇଲେ କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ତ୍ରିନେତ୍ର ଫାଉଣ୍ଡେସନ।

ଯାଜପୁର, 28/09/2026, ଉତ୍କଳ voice news - utkalvoicenews.com (ଉମାକାନ୍ତ ବେହେରା ଙ୍କ ରିପୋର୍ଟ) :
Article Image
ତା - 28/09/26 : ବଡ଼ଚଣା ବ୍ଲକ ଅନ୍ତର୍ଗତ ଚମ୍ପାପୁର ଗ୍ରାମ ପଞ୍ଚାୟତ ଅଧୀନ ସପନପୁର ଗ୍ରାମର ଅକ୍ଷୟ କୁମାର ସାହୁ ଓ ମିନତି ସାହୁଙ୍କ ୧୦ ବର୍ଷୀୟ ପୁତ୍ର ସୋମ୍ୟରଞ୍ଜନ ସାହୁ ଘରେ ଖେଳୁଥିବା ସମୟରେ ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁଁ ପିନ୍ଧିଥିବା ପୋଷାକରେ ନିଆଁ ଲାଗି ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ଦେହର ପ୍ରାୟ ଅଧା ଅଂଶ ପୋଡ଼ିଯାଇଥିବା ଖବର ଅତ୍ୟନ୍ତ ଦୁଃଖଦାୟକ।ଏହି ଦୁଃଖଦ ଘଟଣା ବିଷୟରେ ଖବର ପାଇ TRINETRA FOUNDATION ତରଫରୁ ଯଥା ସମ୍ଭବ ସହାୟତା ଯୋଗାଇ ଦିଆଯାଇଛି। ସଂଗଠନ ର ପ୍ରତିଷ୍ଠାତା ମନୋରଂଜନ ତରାଇ ଏହି ସେବାକାର୍ଯ୍ୟ ରେ ଉପସ୍ଥିତ ରହିଥିଲେ ।ନିଜ ସଂଗଠନ ର ସମସ୍ତ ସଦସ୍ୟ ସଦସ୍ୟା ଙ୍କୁ ଧନ୍ୟବାଦ ଦେବା ସହ ଆଗକୁ ଏହିପରି ସେବା କାର୍ଯ୍ୟ ଜାରିରହିବ ବୋଲି କହିଛନ୍ତି
5