ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଯାଜପୁର, 29/09/2026, ଉତ୍କଳ voice news - utkalvoicenews.com(ଉମାକାନ୍ତ ବେହେରାଙ୍କ ରିପୋର୍ଟ) :
Article Image
ତା - ୨୮/୦୯/୨୦୨୬ : ଦୁର୍ନୀତି ବିରୋଧରେ ଭିଜିଲାନ୍ସର ଚଢ଼ାଉ। ୩୫ ହଜାର ଟଙ୍କା ଲାଞ୍ଚ ଗ୍ରହଣ ଅଭିଯୋଗରେ ବଡ଼ଚଣା ବ୍ଲକର ସହକାରୀ ଯନ୍ତ୍ରୀ ବନ୍ଦିତା ଦାସ ଓ ତାଙ୍କ ସହଯୋଗୀ ସୋମନାଥ ସେଠୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନା ଅନୁଯାୟୀ, ଶାଳପଡ଼ା ପଞ୍ଚାୟତ ଅନ୍ତର୍ଗତ ଏଣ୍ଡରପଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ କାର୍ଯ୍ୟର ବକେୟା ବିଲ୍ ପାସ୍ ଓ ଅମାନତ ଟଙ୍କା ଫେରସ୍ତ ପାଇଁ ଠିକାଦାରଙ୍କ ନିକଟରୁ ୩୫ ହଜାର ଟଙ୍କା ଲାଞ୍ଚ ଦାବି ହୋଇଥିବା ଅଭିଯୋଗ ହୋଇଥିଲା।
Article Image
ଅଭିଯୋଗ ପରେ କଟକ ଭିଜିଲାନ୍ସ ଟିମ୍ ପକ୍ଷରୁ ଯୋଜନାବଦ୍ଧ ଭାବେ କାର୍ଯ୍ୟାନୁଷ୍ଠାନ କରାଯାଇଥିଲା। ବଡ଼ଚଣା ବ୍ଲକ ପରିସରରେ ସୋମନାଥ ସେଠୀ ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିବା ସୂଚନା ମିଳିଛି। ପରବର୍ତ୍ତୀ ସମୟରେ ସହକାରୀ ଯନ୍ତ୍ରୀ ବନ୍ଦିତା ଦାସଙ୍କୁ ମଧ୍ୟ ଭିଜିଲାନ୍ସ ହେପାଜତକୁ ନେଇଛି। ଘଟଣାରେ ମାମଲା ରୁଜୁ କରାଯାଇ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି ରହିଛି। ସମ୍ପୃକ୍ତ ଯନ୍ତ୍ରୀଙ୍କ ସହ ଜଡ଼ିତ ତିନିଟି ସ୍ଥାନରେ ମଧ୍ୟ ଚଢ଼ାଉ ଜାରି ଥିବା ସୂଚନା ମିଳିଛି। ତଦନ୍ତ ପରେ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ସ୍ପଷ୍ଟ ହେବ।
8