ଜଗତସିଂହପୁର ସଦର, 29/09/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
ତା - ୨୮/୦୯/୨୦୨୬ : ଜଗତସିଂହପୁର ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ (ଆଇସିଡିଏସ୍) ଅଧୀନରେ ଥିବା ୨୮୬ଟି ଅଙ୍ଗନୱାଡି କେନ୍ଦ୍ରରେ ‘ଆଙ୍ଗନ୍ କା ଉତ୍ସବ’ ପାଳନ କରାଯାଉଛି। ଚଳିତ ମାସ ନବମ ପୋଷଣ ମାସ ଅବସରରେ ସେପ୍ଟେମ୍ବର ୨୭, ୨୮ ଓ ୨୯ ତାରିଖରେ ବିଭିନ୍ନ ସଚେତନତାମୂଳକ ଓ ସୃଜନଶୀଳ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।
ପ୍ରଥମ ଦିନରେ ପିତାମାତାଙ୍କ ଅଂଶଗ୍ରହଣରେ ପିଠା ରେସିପି ପ୍ରତିଯୋଗିତା ଆୟୋଜନ ସହ ପୁରୁଷମାନଙ୍କୁ ଅଧିକ ସଂଖ୍ୟାରେ ସାମିଲ କରାଯାଇଥିଲା। ଦ୍ୱିତୀୟ ଦିନରେ ଶିଶୁମାନଙ୍କ ଦ୍ୱାରା ନାଚ, ଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତା ସହ ବିଭିନ୍ନ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନ କରାଯାଇଥିଲା। ଏଥିସହ ଜେଜେମା’ ଓ ଜେଜେବାପାଙ୍କ ଦ୍ୱାରା ଶିଶୁମାନଙ୍କୁ କାହାଣୀ କହିବା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା।
ଏହି କ୍ରମରେ ସେପ୍ଟେମ୍ବର ୨୮ ତାରିଖରେ ପଳାଶୋଳ ଗ୍ରାମପଞ୍ଚାୟତ ଅଧୀନ ମୁକୁନ୍ଦପୁର ଓ ମୁକୁନ୍ଦପୁର ମିନି ଅଙ୍ଗନୱାଡି କେନ୍ଦ୍ରରେ ‘ଆଙ୍ଗନ୍ କା ଉତ୍ସବ’ ପାଳନ କରାଯାଇଥିଲା। ଅଙ୍ଗନୱାଡି କର୍ମୀ ମନୋରମା ପରିଡ଼ା ଓ ଅଜନ୍ତା ଦାଶଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଗୁଡ଼ିକ ସମ୍ପନ୍ନ ହୋଇଥିଲା।