ରାୟଗଡ଼ା, 29/09/2026, ଉତ୍କଳ voice news - utkalvoicenews.com( ପ୍ରଫୁଲ୍ଲ କୁମାର ବେହେରାଙ୍କ ରିପୋର୍ଟ ) :
ତା - ୨୯/୦୯/୨୦୨୬: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ଅଞ୍ଚଳରେ ଦୁଇଚକିଆ ଯାନ ଚାଳକଙ୍କ ପାଇଁ ହେଲମେଟ ଯାଞ୍ଚ କଡ଼ାକଡ଼ି କରାଯାଇଛି। ରାସ୍ତାରେ ଯାତାୟାତ କରୁଥିବା ବିଭିନ୍ନ ଦୁଇଚକିଆ ଯାନକୁ ଅଟକାଇ ଚାଳକମାନେ ହେଲମେଟ ପିନ୍ଧିଛନ୍ତି କି ନାହିଁ, ଯାଞ୍ଚ କରାଯାଇଥିଲା।
ଯାଞ୍ଚ ସମୟରେ ହେଲମେଟ ନ ପିନ୍ଧି ଯାନ ଚଳାଉଥିବା ଏବଂ ଅନ୍ୟାନ୍ୟ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିବା ଚାଳକଙ୍କ ବିରୋଧରେ ନିୟମାନୁସାରେ ଜରିମାନା ଆଦାୟ କରାଯାଇଥିଲା।
ସଡ଼କ ସୁରକ୍ଷା ଓ ଦୁର୍ଘଟଣା ନିୟନ୍ତ୍ରଣ ଉଦ୍ଦେଶ୍ୟରେ ହେଲମେଟ ବ୍ୟବହାରର ଗୁରୁତ୍ୱ ନେଇ ଚାଳକମାନଙ୍କୁ ସଚେତନ କରାଯାଇଥିଲା। ଟ୍ରାଫିକ୍ ନିୟମ ମାନିବା ସହ ପ୍ରତ୍ୟେକ ଦୁଇଚକିଆ ଯାନ ଚାଳକ ହେଲମେଟ ପିନ୍ଧି ଯାତାୟାତ କରିବାକୁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି।
ଟିକିରିରେ ଏଭଳି ଯାଞ୍ଚ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।