ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

ରାୟଗଡ଼, 29/09/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
୨୯/୦୯/୨୦୨୬:ରାୟଗଡ଼ ବନଖଣ୍ଡ ସମ୍ମିଳନୀ କକ୍ଷରେ ବନଖଣ୍ଡ ଅଧିକାରୀ ଶ୍ରୀ ସଚିନ ଆନ୍ନା ସାହେବ ଓହୋଲଙ୍କ ଅଧ୍ୟକ୍ଷତାରେ ୭୨ତମ ବନଖଣ୍ଡସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ-୨୦୨୬-୨୭ ପାଳିତ ହୋଇଯାଇଛି।
Article Image
କାର୍ଯ୍ୟକ୍ରମରେ ଡା. ପ୍ରଦୀପ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବନ୍ୟପ୍ରାଣୀ ସୁରକ୍ଷା ଓ ପରିବେଶୀୟ ସନ୍ତୁଳନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। କ୍ଷୁଦ୍ର କୀଟପତଙ୍ଗଠାରୁ ବୃହତ୍ ପ୍ରାଣୀ ପର୍ଯ୍ୟନ୍ତ ପ୍ରତ୍ୟେକ ବନ୍ୟପ୍ରାଣୀ ପରିବେଶ ସନ୍ତୁଳନ ରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ। ସମାଜସେବୀ ତଥା ବନ୍ୟପ୍ରାଣୀ ସୁରକ୍ଷାକାରୀ ଶ୍ରୀ କୃଷ୍ଣ କେଶବ ଷଡ଼ଙ୍ଗୀ ବନ୍ୟପ୍ରାଣୀ ସୁରକ୍ଷା ସମୟର ଅଭିଜ୍ଞତା ଓ ସଚେତନତାମୂଳକ ପଦକ୍ଷେପ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଅବଗତ କରାଇଥିଲେ। ମୁଖ୍ୟବକ୍ତା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶ୍ରୀ ଗୌରାଙ୍ଗ ଚରଣ ରାଉତ ବନ୍ୟପ୍ରାଣୀ ସୁରକ୍ଷାକୁ ସମସ୍ତଙ୍କ କର୍ତ୍ତବ୍ୟ ବୋଲି ମତବ୍ୟକ୍ତ କରିଥିଲେ। ବନ୍ୟପ୍ରାଣୀ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାୟଗଡ଼ ସବ୍‌-ଡିଭିଜନର ଶ୍ରୀ ଶୁଭମ କୁମାର ରାଉତ ଓ ଗୁଣୁପୁର ସବ୍‌-ଡିଭିଜନର ଶ୍ରୀ ଆକାଶ ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କାର ସହ ୨୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। ଏହାସହ ବନ୍ୟପ୍ରାଣୀ ସପ୍ତାହ ଅବସରରେ ଆୟୋଜିତ ଚିତ୍ରାଙ୍କନ ଓ ପ୍ରଶ୍ନୋତ୍ତରୀ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମରେ ଉପ ବନ ସଂରକ୍ଷକ ଶ୍ରୀ ସଚିତାନନ୍ଦ ସେଠୀଙ୍କ ସମେତ ବିଭିନ୍ନ ବନାଞ୍ଚଳର ବନାଞ୍ଚଳ ଅଧିକାରୀ ଓ ବନ କର୍ମଚାରୀ ଉପସ୍ଥିତ ଥିଲେ। ରାୟଗଡ଼ ବନାଞ୍ଚଳ ଅଧିକାରୀ ଶ୍ରୀ ଅନିଲ କୁମାର ପାଣିଗ୍ରାହୀ କାର୍ଯ୍ୟକ୍ରମଟିକୁ ସୁଚାରୁରୂପେ ପରିଚାଳନା କରିଥିଲେ।
6