ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୋକସରାର ୧୬୮ ଅଙ୍ଗନବାଡି କେନ୍ଦ୍ରରେ ‘ଆଙ୍ଗନ କା ଉତ୍ସବ’

କଳାହାଣ୍ଡି / କୋକସରା, 29/09/2026, ଉତ୍କଳ voice news - utkalvoicenews.com(ତ୍ରିନାଥ ବେଶ୍ରାଙ୍କ ରିପୋର୍ଟ) :
Article Image
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ୧୬୮ଟି ଅଙ୍ଗନବାଡି କେନ୍ଦ୍ରରେ ଗତ ତିନିଦିନ ଧରି ଚାଲିଥିବା ‘ଆଙ୍ଗନ କା ଉତ୍ସବ’ କାର୍ଯ୍ୟକ୍ରମ ମଙ୍ଗଳବାର ସମାପିତ ହୋଇଛି।
Article Image
ପ୍ରଥମ ଦିନରେ ପୋଷଣଯୁକ୍ତ ଖାଦ୍ୟ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ସ୍ଥାନୀୟ ଅଞ୍ଚଳରେ ଉପଲବ୍ଧ ପୋଷଣଯୁକ୍ତ ଶସ୍ୟରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ପରିବାର ସଦସ୍ୟଙ୍କ ପକ୍ଷରୁ ପ୍ରଦର୍ଶିତ ହୋଇଥିଲା। ଏହି ଦିନ କୋକସରା ସିଡିପିଓ ସୁଷମା ପ୍ରସାଦଙ୍କ ସମେତ ସୁପରଭାଇଜରମାନେ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିଥିଲେ। ଦ୍ୱିତୀୟ ଦିନରେ ଶିଶୁ, ଅଭିଭାବକ, ଗର୍ଭବତୀ ମହିଳା ଓ ଏଏମସି ସଦସ୍ୟଙ୍କ ଉପସ୍ଥିତିରେ ମନୋରଞ୍ଜନ କାର୍ଯ୍ୟକ୍ରମ, ଚିତ୍ରାଙ୍କନ ଏବଂ ଅଜା-ଆଈଙ୍କ ଠାରୁ ଗପ ଶୁଣିବା ଭଳି ବିଭିନ୍ନ କାର୍ଯ୍ୟକ୍ରମ ହୋଇଥିଲା। ତୃତୀୟ ଦିନରେ ଶିଶୁଙ୍କ ପିତାମାତା, ଗର୍ଭବତୀ ମହିଳା, ଅଙ୍ଗନବାଡି କର୍ମୀ ଓ ଏଏମସି ସଦସ୍ୟଙ୍କ ଉପସ୍ଥିତିରେ ମହିଳା ଓ ଶିଶୁ କଲ୍ୟାଣ ଯୋଜନା ସମ୍ପର୍କରେ ଆଲୋଚନା ସହ ପୁରସ୍କାର ବିତରଣ କରାଯାଇଥିଲା। ଏହି ଅବସରରେ ସିଡିପିଓ ସୁଷମା ପ୍ରସାଦଙ୍କ ସମେତ କୋକସରା ସୁପରଭାଇଜର ଦ୍ରୌପଦୀ ମାଝୀ, ଆମପାଣି ସୁପରଭାଇଜର ଚନ୍ଦ୍ରକାନ୍ତି ନନ୍ଦ, ଗୋତୋମୁଣ୍ଡା ସୁପରଭାଇଜର ବେଦମତୀ ମାଝୀ ଓ କାଶୀବାହାଲ ସୁପରଭାଇଜର ପ୍ରିୟା ସିନି ତାଣ୍ଡି ପ୍ରମୁଖ ପୁରସ୍କାର ବିତରଣ କରିଥିଲେ। ଅଙ୍ଗନବାଡି କେନ୍ଦ୍ର ସହ ଲୋକଙ୍କୁ ଅଧିକ ଯୋଡ଼ିବା ଏବଂ ମହିଳା ଓ ଶିଶୁ କଲ୍ୟାଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ‘ଆଙ୍ଗନ କା ଉତ୍ସବ’ର ମୁଖ୍ୟ ଲକ୍ଷ୍ୟ ବୋଲି ସିଡିପିଓ ସୁଷମା ପ୍ରସାଦ କହିଛନ୍ତି।
7