ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଆନନ୍ଦ ବଜାର ଲକ୍ଷ୍ମୀପୂଜା କମିଟିର ନୂତନ କର୍ମକର୍ତା ଚୟନ ଓ ପ୍ରସ୍ତୁତି ବୈଠକ

ଢେଙ୍କାନାଳ, 29/09/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
ତା - ୨୯/୯: ଢେଙ୍କାନାଳ ସହର ଆନନ୍ଦ ବଜାର ଲକ୍ଷ୍ମୀପୂଜା କମିଟି ପକ୍ଷରୁ ସ୍ଥାନୀୟ କମଳା ମଣ୍ଡପ ଠାରେ କର୍ମକର୍ତା ଚୟନ୍ ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ନୂତନ ଅଧ୍ଯକ୍ଷ ଭାବେ ଚକ୍ରଧର ନାୟକ, ସଭାପତି ଭାବେ ଶିବସାଇ ମହାପାତ୍ର, ଉପ-ସଭାପତି ଭାବେ ଯୁଗଳ ନାୟକ, ଗୌରୀ ଶଙ୍କର ରଥ, ବିମଳ ନାୟକ, କାର୍ତିକ ଚନ୍ଦ୍ର ପୃଷ୍ଟି ଓ ମାନସ ଚନ୍ଦ୍ର ତ୍ରିପାଠୀ, ସମ୍ପାଦକ ଭାବେ ଚିତରଞ୍ଜନ ସାହୁ, କୋଷାଧ୍ୟକ୍ଷ ଭାବେ ବଳଭଦ୍ର ନାୟକ, ମୁଖ୍ୟ ଉପଦେଷ୍ଟା ଭାବେ ଶରତ କୁମାର ମିଶ୍ର, ଦେବାଶିଷ ମିଶ୍ର, ବିଘ୍ନରାଜ ମହାପାତ୍ର, ବିରଂଚି ନାରାୟଣ ସେଠ୍, ସ‌ହ-ସମ୍ପାଦକ ଭାବେ ରାମ ଚନ୍ଦ୍ର ନାୟକ, ବିକାଶ ଚନ୍ଦ୍ର ପ୍ରଧାନ, ରାହୁଲ ସାହୁ, ଦିପୁ ଦଳେଇ, ପ୍ରଦ୍ୟୁମ୍ନ ଦାସ ଓ ଭବାନୀ ଶଙ୍କର ନାୟକ, କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ଗୁଡ଼ୁ ପ୍ରଧାନ, ସତ୍ୟ ସାହୁ, ରୁଦ୍ର ନାୟକ, ରାଜା ସାହୁ, ପପୁ ପ୍ରଧାନ ଓ ସିବୁ ପ୍ରଧାନଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଅଛି । ଏହି ନୂତନ କମିଟି ଚଳିତ ବର୍ଷ ଲକ୍ଷ୍ମୀପୂଜା ସରସ ସୁନ୍ଦର ଓ ସୂଚାରୁ ରୂପେ ପରିଚାଳିତ ହେବ ବୋଲି ସମସ୍ତଙ୍କର ଆଶା ରହିଛି । ଆଗାମୀ ୨୦୨୭ ବର୍ଷରେ ପୂଜାର ୭୫ବର୍ଷ ହେଉଥିବାରୁ ଏହି କମିଟିକୁ ପୂର୍ଣ୍ଣମାତ୍ରାରେ ଚୟନ କରାଯାଇଅଛି ବୋଲି ନୂତନ ସଭାପତି ପ୍ରକାଶ କରିଛନ୍ତି । ପ୍ରଥମେ ବଜାରର ଦିବଂଗତ ବ୍ୟକ୍ତିମାନଙ୍କ ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।
7