ପାରାଦୀପ ଗଡ, 16/03/2025, ଉତ୍କଳ voice news - utkalvoicenews.com
ଜଗତସିଂହପୁର ଜିଲ୍ଲା, କୁଜଙ୍ଗ ବ୍ଲକ୍, ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ର ପାରାଦୀପ ଗଡ ଠାରେ ତାଳଦଣ୍ଡା କେନାଲ ତଟ ରେ ସ୍ନାନ ଘାଟ ଓ ଡ୍ରେସ ଚେଞ୍ଜ ଗୃହ କୁ ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଉଦ୍ଘାଟନ କରିଛନ୍ତି l ଦୀର୍ଘ ଦିନ ଧରି ଉକ୍ତ ସ୍ନାନ ଘାଟ ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲା l ଜନସାଧାରଣ ଙ୍କ ଦାବିକୁ ସମ୍ମାନ ଜଣାଇ ସରପଞ୍ଚ ଶ୍ରୀମତୀ ବେହେରା ତୁରନ୍ତ ସ୍ନାନ ଘାଟ ଓ ଡ୍ରେସ ଚେଞ୍ଜ ଗୃହ ନିର୍ମାଣ କରିଥିଲେ l ଅଦ୍ୟ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି l ଉକ୍ତ ଉଦ୍ଘାଟନ ଉତ୍ସବ ରେ ଅନ୍ୟ ମାନଙ୍କ ମଧ୍ୟରେ ଶୁକଦେବ ତରାଇ, ଲିପୁନ ବେହେରା, ବାପିନା ପଣ୍ଡା, ବିଜୟ ବେହେରା, ପ୍ରଭାତ ସାହୁ, ପରୀକ୍ଷିତ ତରାଇ ପ୍ରମୁଖ ଯୋଗଦେଇଥିଲ l